ବିବାହ ବନ୍ଧନରେ ବାନ୍ଧି ହେଲେ ଅଷ୍ଟ୍ରେଲିଆ କ୍ରିକେଟ୍ ଖେଳାଳି ଜାମ୍ପା
![](https://thetruths.in/wp-content/uploads/2021/06/Adam-Zampa-1024x576.jpg)
ନୂଆଦିଲ୍ଲୀ : ଶେଷରେ ଅଷ୍ଟ୍ରେଲିଆ କ୍ରିକେଟ୍ ଖେଳାଳି ଆଡମ ଜାମ୍ପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ନିଜର ପ୍ରେମିକା ହେଟି ଲେହିଘ ପାନରଙ୍କୁ ଗତ ସପ୍ତାହରେ ବିବାହ କରିଛନ୍ତି। ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ଜାମ୍ପାଙ୍କ ପତ୍ନୀ ହେଟି ପାର୍ନର ଏହାର ସୂଚନା ଦେଇଛନ୍ତି। ଆଡମ ଜାମ୍ପା ଓ ହେଟିଙ୍କ ବିବାହ କରୋନା କାରଣରୁ ଦୁଇ ଦୁଇ ଥର ଘୁଞ୍ଚାଇବାକୁ ପଡିଥିଲା। ହେଲେ ଶେଷରେ ଉଭୟ ବିବାହ କରିବାରେ ସଫଳ ହୋଇଛନ୍ତି। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ହେଟି ସର୍ବଦା ଜାମ୍ପାଙ୍କ ସହ ବିଦେଶ ଗସ୍ତରେ ଯାଇଥାନ୍ତି। ହେଟି ପାର୍ନର ୨୦୧୭ରେ ଆଡମ ଜାମ୍ପାଙ୍କ ସହ ଭାରତ ଗସ୍ତରେ ମଧ୍ୟ ଆସିଥିଲେ। ସେହି ସମୟରେ ଜାମ୍ପା ପୁଣେ ସୁପର ଜିଆଣ୍ଟ ଦଳ ତରଫରୁ ଖେଳୁଥିଲେ। ହେଲେ ଉଭୟ ସାମାଜିକ ଗଣାମଧ୍ୟମରେ ଅପଶବ୍ଦ ଲେଖିବା ନେଇ ଖୁବ୍ ଟ୍ରୋଲର ଶିକାର ହୋଇଥିଲେ।
ସୂଚନା ଯେ, ଆଡମ ଜାମ୍ପାଙ୍କୁ ଶୀଘ୍ର ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ପଡିଆରେ ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆ ଇଣ୍ଡିଜ ଗସ୍ତରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ଜମ୍ପା ନିକଟରେ ବାୟୋ ବବଲରେ ପଡୁଥିବା ମାନସିକ ଚାପ କାରଣରୁ ଆଇପିଏଲ ୨୦୨୧କୁ ଅଧାରେ ଛାଡି ସ୍ଵଦେଶ ଫେରି ଯାଇଥିଲେ।