ଓ୍ବିମ୍ବଲଡନ୍ରେ ମହିଳା ସିଙ୍ଗଲ୍ସ ଫାଇାନଲ୍ ଜିତିଲେ ଏଶ ବାର୍ଟି
![](https://thetruths.in/wp-content/uploads/2021/07/Ash-Barty-1024x576.jpg)
ଲଣ୍ଡନ : ବିଶ୍ୱର ଏକ ନମ୍ବର ଖେଳାଳି ଏଶ ବାର୍ଟି ଚେକ ଗଣରାଜ୍ୟର କାରୋଲିନା ପିଲ୍ସକୋଭାଙ୍କୁ ହରାଇ ଓ୍ବିମ୍ବଲଡନ୍ରେ ମହିଳା ସିଙ୍ଗଲ୍ସ ଫାଇାନଲ୍ ନିଜ ନାଁରେ କରିଛନ୍ତି। ସେ ୬-୩, ୬-୭, ୨୬-୩ରେ କାରୋଲିନାଙ୍କୁ ହରାଇ ୪୧ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲିଆ ମହିଳା ଟେନିସ୍ ଖେଳାଳି ଭାବେ ଓ୍ବିମ୍ବଲଡନ୍ ସିଙ୍ଗଲ୍ସ ଜିଣିଛନ୍ତି । ଏହା ସହ ଏଶ ବାର୍ଟି ନିଜର ପ୍ରଥମ ଓ୍ବିମ୍ବଲଡନ୍ କପ୍ ହାସଲ କରିଛନ୍ତି।
ଏହା ପୂର୍ବରୁ କାରୋଲିନା ସେମିଫାଇନାଲ୍ରେ ଆର୍ଯନା ସବାଲୋଙ୍କାକୁ ଏକ ଘଣ୍ଟା ୫୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍ରେ ୫-୭, ୬-୪,୬-୪ରେ ହରାଇଥିଲେ । ସେହିଭଳି ଅଷ୍ଟ୍ରେଲିଆର ଖେଳାଳି ବାର୍ଟି ୨୦୧୮ ଚାମ୍ପିୟନ୍ ଏଞ୍ଜୋଲିକ୍ କର୍ବରଙ୍କୁ ୬-୩, ୭-୬(୩)ରେ ପରାସ୍ତ କରିଥିଲେ।