ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରତିମୂର୍ତ୍ତି ଗଢ଼ିଲେ ଶିଳ୍ପୀ କେଶୁଦାସ
ବାଲେଶ୍ୱର : ଓଡ଼ିଶା ତଥା ଭାରତର ୨୦ ଜଣରୁ ଊର୍ଦ୍ଧ୍ୱ ଖ୍ୟାତନାମା ବ୍ୟକ୍ତିଙ୍କର ହାଇ ରିଲିଫ୍ ସ୍କଲ୍ପଚର ପୋର୍ଟ୍ରେଟ ଗଢୁଥିବା ଶିଳ୍ପୀ କେଶୁଦାସ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଥମେ ଥାଳିଏ ବାଲିରେ ପ୍ରତିମୂର୍ତ୍ତି ଗଢ଼ିଥିବା ବେଳେ ଏକାଦଶାହ ମଧ୍ୟରେ ମନୋଜ ଦାସଙ୍କ ମାଟି, ପ୍ଲାଷ୍ଟର ଓ ଫାଇବରରେ ସୁନ୍ଦର ପ୍ରତିମୂର୍ତ୍ତି ଗଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମନୋଜ ପ୍ରେମୀମାନେ ଉଆଲ ହେଙ୍ଗିଗ ମନୋଜ ଦାସଙ୍କ ପ୍ରତିମୂର୍ତ୍ତି ପାଇ ପାରିବେ ବୋଲି ଶିଳ୍ପୀ ଶ୍ରୀ ଦାସ ଜଣାଇଛନ୍ତି ।
ସୂଚନା ଯେ, ଏହା ପୂର୍ବରୁ ଶିଳ୍ପୀ ଶ୍ରୀ ଦାସ ଫକୀରମୋହନ, ରାଧାନାଥ ରାୟ, ମଧୁସୂଦନ ଦସ, ଗୋପବନ୍ଧୁ ଦାସ, ସୁବାଷ ବୋଷ, ବିବେକାନନ୍ଦ, ନବୀନ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଅଟଳ ବିହାରୀ ବାଜପେୟୀ, ସଚିନ ତେନ୍ଦୁଲକର ପ୍ରମୁଖ ମାନଙ୍କର ରିଲିଫ୍ ସ୍କଲ୍ପଚର ଗଢ଼ି ପ୍ରଶଂସିତ ହୋଇଛନ୍ତି । ଏତେ ସଂଖ୍ୟକ ଓ ଅବିକଳ ପ୍ରତିମୂର୍ତ୍ତି ଗଢ଼ିବା ଶିଳ୍ପୀ ଓଡ଼ିଶାରେ ବିରଳ । ଅର୍ଥରାଶି ଉପାର୍ଜନ କରିବା ଉଦ୍ଦେଶ୍ୟରେ ନୁହଁ, ବରଂ ଦେଶ ତଥା ଜାତି ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବା ପାଇଁ ତାଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅଧିକାଂଶ ପ୍ରତିମୂର୍ତ୍ତି ଟେରାକୋଟାରେ ଗଢ଼ିଥିବା ବେଳେ କେତେକ ଫାଇବରରେ ଗଢ଼ିଛନ୍ତି ।