ପୁଣି ଚର୍ଚ୍ଚାରେ ଭାଇରାଲ୍ ବୟ ତ୍ରୈଲୋକ୍ୟ

- ‘ମୁଁ କ’ଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି…’ ମାଧ୍ୟମରେ ସଚେତନତାର ବାର୍ତ୍ତା
ଭୁବନେଶ୍ୱର : ମୁଁ କ’ଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି… ଅଭିଜିତ ମଜୁମଦାରଙ୍କ ସହ ଭାଇରାଲ୍ ବୟ ତ୍ରୈଲୋକ୍ୟଙ୍କର ଏକ ନୂଆ ଗୀତ ରେକର୍ଡ ହୋଇଛି । ଏହି ଗୀତରେ କରୋନା ମହାମାରୀକୁ ନେଇ ସଚେତନତା ବାର୍ତ୍ତା ରହିଛି ।
…ମୁଁ ସାବୁନରେ ହାତ ଧୋଉଛି । ମୁଁ ଘର ଭିତରେ ରହୁଛି । ମୁଁ କ’ଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି… ଏଭଳି ସଚେତନତା ବାର୍ତ୍ତା ସହ କୋଭିଡ୍ ଯୋଦ୍ଧାଙ୍କୁ ଗୀତରେ ପ୍ରଶଂସା କରାଯାଇଛି । ଖୁବ୍ ଶୀଘ୍ର ଭଲ ଦିନ ଆସୁଛି । ମୁଁ ଇସ୍କୁଲରେ ପଢୁଛି… କହି ସାରା ଓଡିଶାରେ ଭାଇରାଲ୍ ହୋଇଥିଲେ ବାଲିପାଟଣା ଆମଣାକୁଦ ଗ୍ରାମର ତ୍ରୈଲୋକ୍ୟ ରାୟ । ତ୍ରୈଲୋକ୍ୟଙ୍କର ଅନେକ ଗୀତ ମଧ୍ୟ ସଫଳତା ହାସଲ କରିଛି ।