ସାଂସଦ ଅଭିନେତ୍ରୀ କିରଣ ଖେରଙ୍କୁ ରକ୍ତ କର୍କଟ
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସେ ମଲଟିପଲ ମାଇଲୋମା ଯାହା ଏକ ପ୍ରକାରର ରକ୍ତ କର୍କଟରେ ପୀଡିତ ଅଛନ୍ତି । ତାଙ୍କର ଚିକିତ୍ସା ମୁମ୍ବାଇ କରବା ହସ୍ପିଟାଲରେ ଚାଲୁଥିବା ସୂଚନା ମିଳିଛି । କିରଣ ଖେରଙ୍କ ସହଯୋଗୀ ତଥା ବିଜେପି ନେତା ଅରୁଣ ସୁଦ ରକ୍ତ କର୍କଟ ବାବଦରେ ସୂଚନା ଦେଇଛନ୍ତି । ସେ ଏକ ସାମ୍ବାଦିକ ସମ୍ମଳନୀରେ ଏନେଇ ସ୍ପଷ୍ଟ କରିଛନ୍ତି । କିରଣ ଗତ ଏକ ବର୍ଷ ହେଲା ଚିକିତ୍ସିତ ହେଉଥିବା ଓ ଧିରେଧିରେ ସୁସ୍ଥ ହେଉଛନ୍ତି । ଗତବର୍ଷ ନଭେମ୍ବର ୧୧ରେ କିରଣଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହସ୍ପିଟାଲରେ ହିଁ ମଲଟିପଲ୍ ମାଇଲୋମାର ଲକ୍ଷଣ ତାଙ୍କଠାରେ ଦେଖାଯାଇଥିଲା ।