ସାଇକେଲ ଚଳାଇ ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ ସାଂସଦ, ଶିଶୁପୁତ୍ରକୁ ଦେଲେ ଜନ୍ମ
![](https://thetruths.in/wp-content/uploads/2021/11/MP-Julie-Anne-Genter.jpg)
ଓ୍ବିଲିଂଟନ: ପ୍ରସବ ଯନ୍ତ୍ରଣା ହେବାରୁ ନିଜେ ସାଇକେଲ ଚଲାଇ ହସ୍ପିଟାଲରେ ପହଞ୍ଚିଲେ ସାଂସଦ ଓ ଏକ ଶିଶୁକୁ ଜନ୍ମ ଦେଲେ । କଥାଟି ନିହାତି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏପରି ଏକ ଆଶ୍ଚର୍ଯ୍ୟଚକିତ କଲାପରି ଘଟଣା ଦେଖିବାକୁ ମିଳିଛି ନ୍ୟୁଜିଲାଣ୍ଡରେ । ନ୍ୟୁଜିଲାଣ୍ଡ ଗ୍ରୀନର ସାଂସଦ ଜୁଲିଏ ଆନେ ଗେଣ୍ଟର ନିଜେ ସାଇକେଲ ଚଳାଇ ହସ୍ପିଟାଲରେ ପହଞ୍ଚି ଏକ ଶିଶୁପୁତ୍ରକୁ ସୁରକ୍ଷିତ ଜନ୍ମ ଦେଇଛନ୍ତି ।
ସାଂସଦ ଜୁଲି ଆନ୍ ଜେଣ୍ଟର୍ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ନିଜେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ତାଙ୍କ ନବଜାତ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ପ୍ରସବ କାଳରେ ନିଜ ସାଇକେଲ ଯାତ୍ରା ସମୟର ଅନୁଭୂତି ବର୍ଣ୍ଣନା କରି ଜେଣ୍ଟର କହିଛନ୍ତି ଏପରି ଏକ ଚରମ ସମ୍ବେଦନଶୀଳ ସମୟରେ ସାଇକେଲ ଚାଳନା କରିବା ତାଙ୍କ ପକ୍ଷେ ସହଜ ନଥିଲା, କିନ୍ତୁ ସେ ଭୟଭୀତ ନଥିବା କଥା କହିଛନ୍ତି । ହସ୍ପିଟାଲରେ ପହଞ୍ଚିବା ପରେ ରାତି ପ୍ରାୟ ୩ଟାରେ ସେ ଶିଶୁକୁ ଜନ୍ମ ଦେଇଛନ୍ତି । ପରଦିନ ଏହି ଖବର ପ୍ରସାରିତ ହେବା ପରେ ନ୍ୟୁଜିଲାଣ୍ଡବାସୀ ଆଶ୍ଚର୍ଯ୍ୟଚକିତ ହେବା ସହ ଏପରି ଅସାଧାରଣ ସାହାସିକତା ପାଇଁ ସାଂସଦଙ୍କ ନିକଟକୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।