ପାକିସ୍ତାନରେ ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ପାକିସ୍ତାନ। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ବୁଧବାର ସକାଳ ପ୍ରାୟ ୬ଟା ୩୯ ମିନିଟରେ ଭୁକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି ।
ସୂଚନା ଯେ, ବୁଧବାର ସକାଳ ପ୍ରାୟ ୬.୩୯ ମିନିଟରେ ଇସଲାମାବାଦରେ ୪.୫ ତିବ୍ରତାର ଭୂକମ୍ପ ଝଟ୍କା ଅନୁଭୁତ ହୋଇଛି । ଯାହାପରେ ଲୋକେମାନେ ଘରୁ ବାହାରକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ସେହିପରି ଭୂକମ୍ପର କେନ୍ଦ୍ରସ୍ଥଳୀ ଇସଲାମାବାଦ ଠାରୁ ବହୁ ଦୂରରେ ଥିବା ମଧ୍ୟ ଜଣାପଡିଛି ।