ଦିଲ୍ଲୀର ଏକ ଫର୍ଣ୍ଣିଚର ବଜାରରେ ଭୟାବହ ଅଗ୍ନିକାଣ୍ଡ
- ୨୫୦ ଦୋକାନ ପୋଡି ପାଉଁଶ, ୮ ଉଦ୍ଧାର
ନୂଆଦିଲ୍ଲୀ : ଦିଲ୍ଲୀର ରବିବାର ଏକ ଫର୍ଣ୍ଣିଚର ବଜାରରେ ଭୟାବହ ଅଗ୍ନିକାଣ୍ଡ । ଶାସ୍ତ୍ରୀ ବଜାର ସ୍ଥିତ ଫର୍ଣ୍ଣିଚର ମାର୍କେଟରେ ଅଗ୍ନିକାଣ୍ଡରେ ପ୍ରାୟ ୨୫୦ ଦୋକାନ ପୋଡି ପାଉଁଶ ହୋଇ ଯାଇଛି । ଘଟଣାସ୍ଥଳରେ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଆଁ ଲାଗିବା ନେଇ ଖବର ପାଇ ତୁରନ୍ତ ଦମକଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୩୨ଟି ଅଗ୍ନିଶମ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିବା ସହ ନିଆଁକୁ ଆୟତ୍ତ କରିଛନ୍ତି ବୋଲି ସୂଚନା ମିଳିଛି ।
Delhi: Eight people rescued from the fire in a furniture market in Shastri Park. "Fire was reported at 12:45 am & involved around 250 furniture & hardware shops in the market. 32 fire tenders were pressed into action & fire was brought under control by 3 am," a fire official said pic.twitter.com/Uv1Md4mMcg
— ANI (@ANI) April 10, 2021
ଦିଲ୍ଲୀ ଫାୟାର ସର୍ଭିସରେ ଆସିଷ୍ଟାଣ୍ଟ ଡିଭିଜନାଲ ଅଫିସର ରାଜେଶ ଶୁକ୍ଲାଙ୍କ ଅନୁସାରେ ଶାସ୍ତ୍ରୀ ପାର୍କରେ ଦିଲ୍ଲୀର ଶାସ୍ତ୍ରୀ ପାର୍କସ୍ଥିତ ଏକ ଫର୍ଣ୍ଣିଚର ବଜାରରେ ଶନିବାର ରାତି ପ୍ରାୟ ୧୨ଟା ୪୫ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୩୨ଟି ଗାଡ଼ି ପହଞ୍ଚିଥିଲା । ନିଆଁ ଲାଗିବା ଫଳରେ ପାଖାପାଖି ୨୫୦ଟି ଦୋକାନ ଜଳିଯାଇଛି । ଏହି ଘଟଣାରେ ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀର କର୍ମଚାରୀମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ପ୍ରାୟ ୩ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା । ସୂଚନା ଯେ, ଗତ୩ ଦିନ ପୂର୍ବରୁ ଦିଲ୍ଲୀର ଦିଲଶାଦ ଗାର୍ଡେନ ଶିଳ୍ପାଂଚଳରେ ଭୋର ସକାଳୁ ନିଆଁ ଲାଗିଥିଲା । ଫଳରେ ଏଠାରେ ଥିବା ଷ୍ଟେସନାରୀ ଗୋଦାମ ପୋଡ଼ିଯାଇଥିଲା । ଦମକଳ ବାହିନୀର ୧୫ଟି ଗାଡ଼ି ସେଦିନ ନିଆଁଲିଭା କାମରେ ନିୟୋଜିତ ହୋଇଥିଲେ ।