ଆଜି ଠାରୁ ୨୭ ଯାଏ ହାଇକୋର୍ଟ ବନ୍ଦ
ଭୁବନେଶ୍ୱର : ଆଜି ଠାରୁ ୭ ଦିନ ବନ୍ଦ ରହିବ ହାଇକୋର୍ଟ। କରୋନା ସଂକ୍ରମଣ ବୃଦ୍ଧି ଓ କିଛି କର୍ମଚାରୀ ସଂକ୍ରମିତ ହେବା ପରେ ଆସନ୍ତା ମଇ ୨୭ ତାରିଖ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇ ଥିବା ନେଇ ନିଷ୍ପତି ନିଆଯାଇଛି । ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ଏବଂ କୋର୍ଟର କିଛି କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ହାଇକୋର୍ଟ ବନ୍ଦ ନିଷ୍ପତ୍ତି ହୋଇଛି। ସମ୍ପୂର୍ଣ୍ଣ ସଟ୍ଡାଉନ୍ ନେଇ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ଜରୁରୀ ମାମଲାର ଶୁଣାଣି ପାଇଁ ରେଜିଷ୍ଟ୍ରାର ଜୁଡିସିଆଲଙ୍କୁ ଆବେଦନ କରିହେବ । ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ କୋର୍ଟ ବନ୍ଦ ରହିଲେ ବି ଜରୁରୀ ମାମଲାର ଶୁଣାଣି ପାଇଁ ରେଜିଷ୍ଟ୍ରାର ଜୁଡିସିଆଲଙ୍କୁ ଆବେଦନ କରିହେବ ।
ଆସନ୍ତା ୨୮ରେ ଉଚ୍ଚ ନ୍ୟାୟାଳୟଙ୍କ ଅବକାଶକାଳୀନ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ତେବେ ୨୦ରୁ ୨୭ ତାରିଖ ମଧ୍ୟରେ କେବଳ ଅତି ଜରୁରୀ ମାମଲା ଥିଲେ ଶୁଣାଣି ପାଇଁ ରେଜିଷ୍ଟ୍ରାର୍ ଜୁଡିସିଆଲ୍ଙ୍କୁ ଇ-ବାର୍ତ୍ତା ohc.mentionmemos@gmail.com ଜରିଆରେ ଦିନ ୧୧ଟାରୁ ୧୨ ମଧ୍ୟରେ ଜଣାଇବାକୁ ପଡ଼ିବ ବୋଲି ବୁଧବାର ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବନ୍ଦ ଅବଧି ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଅବକାଶକାଳୀନ ଅଦାଲତ ବାତିଲ କରାଯାଇଛି।