ସାପ କାମୁଡ଼ିଲେ ତୁରନ୍ତ କରନ୍ତୁ ଏହି ଉପାୟ, ବଞ୍ଚିଯିବ ଜଣଙ୍କ ଜୀବନ
![](https://thetruths.in/wp-content/uploads/2021/09/Snake-Bite-1024x576.jpg)
ନମସ୍କାର ବନ୍ଧୁଗଣ ଆମ ଦେଶ ରେ ଅନେକ ଜୀଵନ ଜନ୍ତୁ ଭରି ରହିଛନ୍ତି ସେହି ପରି ଏକ ପ୍ରାଣୀ ହେଉଛି ସାପ । ଯାହା ଆମ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାନ୍ତି । ତେବେ ସାପ ବିଭିନ୍ନ ପ୍ରକାରର ମଧ୍ୟ ହୋଇଥାନ୍ତି ଏବଂ ଦେଖିବାକୁ ମଧ୍ୟ ବହୁତ ଭିନ୍ନ ଥାଆନ୍ତି । କୋବ୍ରା, ଅଜଗର, ଧଣ୍ଡ ଆଦି ଅନେକ ପ୍ରକାରର ଥାଆନ୍ତି । ତେବେ ସୂଚନା ଅନୁସାରେ ଏହା ମଧ୍ୟ ଜଣା ପଡ଼ିଛି କି ସାପ କା-ମୁ-ଡି-ବା ଯୋଗୁଁ ମୃ-ତ୍ୟୁ ସଂଖ୍ୟା ଏହି ଭାରତରେ ବହୁତ ଅଧିକ ।
ଏହାର କାରଣ ଅଶିକ୍ଷିତ ହେବା ଏବଂ ଅନ୍ଧ ବିଶ୍ୱାସ ଉପରେ ଭରସା କରିବା । ଆଜି ଏହି ନୂତନ ଯୁଗରେ ମଧ୍ୟ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସାପ କାମୁଡିବା ପରେ ଡାକ୍ତର ଙ୍କ ପାଖକୁ ନ ଯାଇ କୌଣସି ତାନ୍ତ୍ରିକ କିମ୍ବା ଗୁଣିଆ ପାଖକୁ ଯାଆନ୍ତି ଏବଂ ତନ୍ତ୍ର ମନ୍ତ୍ର କରନ୍ତି ତେବେ ଭଣ୍ଡ ବାବା ନିଜର ଅଭିନୟ କରିଥାଏ କିନ୍ତୁ ସେହି ରୋଗୀ କୁ ଭଲ କରି ପାରେ ନାହିଁ ଏବଂ ଶେଷ ରେ ତାର ମୃତ୍ୟୁ ହୋଇ ଯାଏ ।
ତେଣୁ ଆମ ଦେଶରେ ଏହାର ସଂଖ୍ୟା ଅଧିକ ଅଟେ । ତେବେ ଆଜି ଆସନ୍ତୁ ଜାଣିନେବା କି ସାପ କାମୁଡିବା ପରେ କଣ କରିବା ଆବଶ୍ୟକ । ଯଦି ଆପଣ ଙ୍କୁ ସାପ କା-ମୁ-ଡ଼ି-ଛି ତେବେ ଆପଣ ତୁରନ୍ତ ପାଖ ଡାକ୍ତର ଖାନାକୁ ନେଇ ଚିକିତ୍ସା କରାନ୍ତୁ କିନ୍ତୁ ଯଦି ପାଖରେ କୌଣସି ଡାକ୍ତର ଖାନା ନାହିଁ ତେବେ ଆପଣ କଣ କରିବା ଉଚିତ ଆସନ୍ତୁ ଜାଣିବା । ସାପ କାମୁଡ଼ିଲେ ଆପଣ ନିଜ ମୁଣ୍ଡ କୁ ଶାନ୍ତ ରଖିବା ଆବଶ୍ୟକ ।
ଅଧିକ ଡରିବା ଯୋଗୁଁ ହୃଦଘାତ ହେବାର ସମ୍ଭାବନା ଥାଏ ତେଣୁ ନିଜ ମୁଣ୍ଡ ଏବଂ ନିଜକୁ ଶାନ୍ତ ରଖିବା ଉଚିତ ଏବଂ ଏଠି ସେଠି ଦୌଡ଼ିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ୱାରା ରକ୍ତଚାପ ବଢିବାକୁ ଲାଗିବ ଏବଂ ବିଷ ପୁରା ଶରୀର ରେ ବ୍ୟାପି ଯିବ । ଏହା ଛଡା କୌଣସି ଅନ୍ଧବିଶ୍ୱାସ ଉପରେ ଭରସା କରିବା ନାହିଁ । ଝଡା ଫୁଙ୍କା କରିବା ନାହିଁ ସବୁବେଳେ ଡ଼ାକ୍ତରଖାନା କୁ ଯାଇ ସେଠାରେ ଚିକିତ୍ସା କରିବା ଏବଂ କଦାପି ସାପ କାମୁଡ଼ିବା କ୍ଷତରୁ ବିଷ କୁ ବାହାର କରିବା ପାଇଁ ପାଟି ବାଟେ ଚୁସିବା ଉଚିତ ନୁହେଁ ।
କାରଣ ବିଷ ରକ୍ତ ସହିତ ମିଶି ଯାଇଥାଏ ତେଣୁ ଏହା କରିବା ଉଚିତ ନୁହେଁ । ଏହା ସହ ଯେତେବେଳେ ବି କୌଣସି ଜଂଗଲ ଜାଗା କୁ ଯିବେ ସବୁବେଳେ ଜୋତା ପିନ୍ଧି ଯାଆନ୍ତୁ ଏବଂ ସାପ କାମୁଡ଼ିଲେ ନିଜକୁ ହାଲକା ରଖନ୍ତୁ ଏବଂ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହା ଛଡା ଯଦି ଆପଣଙ୍କର କୌଣସି ପରିଜନ କୁ ସାପ କାମୁଡ଼ିଛି ତେବେ ତାଙ୍କୁ ଆସ୍ଵାସନା ଦିଅନ୍ତୁ ଏବଂ ତୁରନ୍ତ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନେଇ ଯାଆନ୍ତୁ । ଏହା ସହିତ ନିଜ ଘର କୁ ଭଲ ଭାବରେ ସଫା ରଖନ୍ତୁ ଯେପରି କୌଣସି ଜୀବ ଜନ୍ତୁ ଆସିବେ ନାହିଁ ଏବଂ ଡାକ୍ତର ଙ୍କ ପାଖକୁ ନେଲା ବେଳେ ରୋଗୀ କୁ ବାମ ପଟେ କରି ଶୁଆନ୍ତୁ । ତେବେ ଏହି ସବୁ ଉପାୟ ଦ୍ବାରା ଆପଣ ସାପ କାମୁଦାର ଚିକିତ୍ସା କରି ପାରିବେ ।
ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।