କ୍ୟାନ୍ସର୍ ଆଶଙ୍କା ଦୂର କରିବ ରସୁଣ !
ଔଷଧୀୟ ଗୁଣରେ ଭରପୁର ରସୁଣ କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତା’ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପଯୋଗୀ । ଏଥିରେ ପ୍ରୋଟିନ୍, ଭିଟାମିନ୍, ଲବଣ, ଫସ୍ଫରସ୍, ଆଇରନ୍ ଆଦି ପ୍ରଚୁର ମାତ୍ରାରେ ମିଳିଥାଏ । ରସୁଣ ସେବନ ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧିପାଏ । ଏଥିରେ ମହଜୁଦ୍ ଅଲିସିନ୍ ନାମକ ଆଂଟିବାୟୋଟିକ୍ ଅନେକ ଦୂରାରୋଗ୍ୟ ରୋଗରୁ ମୁକ୍ତି ଦେଇଥାଏ । ଏଥିସହ କ୍ୟାନସର୍ ଭଳି ରୋଗର ଆଶଙ୍କାଙ୍କୁ ମଧ୍ୟ ଦୂର କରିଥାଏ । ନିକଟରେ ଚୀନ୍ ବୈଜ୍ଞାନିକମାନେ ଏକ ଗବେଷଣା ମାଧ୍ୟମରେ ଜାଣିବାକୁ ପାଇଛନ୍ତି, ପ୍ରତିଦିନ ରାତିରେ ଯଦି ସୋରିଷ ତେଲରେ ଦୁଇକୋଲା ରସୁଣଫୁଟାଇ ତାକୁ ସେବନ କରାଯାଏ, ତେବେ କ୍ୟାନ୍ସର୍ ଆଶଙ୍କା ୪୪ ପ୍ରତିଶତ ହ୍ରାସ ହୋଇଥାଏ । ଶୋଇବାକୁ ଯିବା ପୂର୍ବରୁ ଏହି ରସୁଣ ଚୋବାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପଯୋଗୀ । କେବଳ କ୍ୟାନ୍ସର୍ ଆଶଙ୍କା ନୁହେଁ, ଏହି ଫୁଟା ରସୁଣ ସେବନ ଦ୍ୱାରା କୋଲେଷ୍ଟୋରଲ୍ ସ୍ତର ମଧ୍ୟ ହ୍ରାସ ପାଇଥାଏ । ଯଦ୍ୱାରା ଏଥିରୁ ସୃଷ୍ଟ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହାଛଡ଼ା ଶୋଇବାକୁ ଯିବା ପୂର୍ବରୁ ରସୁଣ ଖାଇଲେ ହାଡ଼ ମଜବୁତ୍ ରହିବା ସହ ବୟସ୍କଙ୍କ ସ୍ୱାସ୍ଥ୍ୟ ପାଇଁ ବିଶେଷ ଲାଭକାରୀ ସାବ୍ୟସ୍ତ ହୁଏ । ଫୁଟା ରସୁଣ ଶରୀରକୁ ଗଲେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମୂତ୍ର ଦ୍ୱାରା ବାହାରକୁ ଚାଲିଆସେ । ନିଃଶ୍ୱାସ ପ୍ରଶ୍ୱାସ ସହ ଜଡ଼ିତ ଅନେକ ସମସ୍ୟାରୁ ମଧ୍ୟ ତ୍ରାହି ମିଳିଥାଏ ।