ବାଇଗଣ ଏକ ମହୌଷଧି
ବାଇଗଣରେ ପ୍ରସ୍ତୁତ ଭର୍ତା, ତରକାରୀ ଏବଂ ଭଜା ଖୁବ୍ ସୁଆଦିଆ । ରୋଷେଇଘରେ ଏହାର ସ୍ଥାନ ସବୁବେଳେ ଥାଏ । କିନ୍ତୁ ଜାଣନ୍ତି ପାଟିକୁ ସୁଆଦିଆ ଏହି ପରିବା ପ୍ରକୃତରେ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ସଦୃଶ ।
ବାଇଗଣରେ ଥିବା ଆଂଟିଅକ୍ସିଡାଂଟ ପାଚନକ୍ରିୟା ସୁସ୍ଥ ରଖିବା ସାଙ୍ଗକୁ କ୍ୟାନ୍ସର୍, ମଧୁମେହ ଏବଂ ରକ୍ତଚାପ ଭଲ କରିବା ଦିଗରେ ବେଶ୍ ଲାଭଦାୟକ ।
ପାଚନକ୍ରିୟା: ବାଇଗଣରେ ଫାଇବର୍ ମାତ୍ରା ପ୍ରଚୁର ଥାଏ । ଏହା ପାକସ୍ଥଳିକୁ ପରିଷ୍କାର କରିବା ସହ ଭୋଜନକୁ ଠିକ୍ ଭାବେ ହଜମ କରାଇବାରେ ସାହାଯ୍ୟ କରେ ।
କ୍ୟାନ୍ସର୍: ବାଇଗଣରେ ଥିବା ଆଂଟିଅକ୍ସିଡାଂଟ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିକରେ ଏବଂ କ୍ୟାନ୍ସର୍ ଭଳି ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ । ଏହାସହ ଶ୍ୱେତରକ୍ତ କଣିକା ଉତ୍ପାଦନରେ ସହାୟକ ହୋଇଥାଏ । ବାଇଗଣରେ ଥିବା ଆଂଟିବ୍ୟାକ୍ଟେରିଆଲ୍ ଗୁଣ ଶରୀର ଭିତରେ ହେଉଥିବା ସଂକ୍ରମଣରୁ ରକ୍ଷାକରେ ।
ମଧୁମେହ: ମଧୁମେହ ରୋଗୀଙ୍କ ପାଇଁ ବାଇଗଣ ପ୍ରକୃତରେ ବରଦାନ ସଦୃଶ । ଏଥିରେ ଥିବା ଫାଇବର୍ ଏବଂ କାର୍ବୋହାଇଡ୍ରେଟ୍ ଶରୀରରେ ଶର୍କରାକୁ ସନ୍ତୁଳିତ କରି ରଖିଥାଏ । ଏହା ଶରୀରରେ ଇନ୍ସୁଲିନ୍ ମାତ୍ରାକୁ ବି ନିୟନ୍ତ୍ରଣ କରିଥାଏ ।
ରକ୍ତଚାପ: ବାଇଗଣରେ ଥିବା ବାୟୋଫ୍ଲେବୋନାଇଟ୍ସ ଯୋଗୁ ରକ୍ତଚାପ ନିୟନ୍ତ୍ରଣରେ ରହେ । ଏହା ଶରୀରରେ ରକ୍ତରୁ କୋଲେଷ୍ଟୋରଲ୍ ମାତ୍ରା ହ୍ରାସ କରିଥାଏ ।