୫ ଆଫଗାନୀ ସାମ୍ବାଦିକଙ୍କୁ ଗିରଫ କଲା ତାଲିବାନ
କାବୁଲ : ଆଫଗାନିସ୍ତାନରେ ସରକାର ଗଠନ କରିବା ପରେ ତାଲିବାନ ବୁଧବାର ଦିନ ଦୈନିକ ଖବରକାଗଜ ଏତଲାତରୋସର ୫ ଜଣ ସାମ୍ବାଦିକଙ୍କୁ ଗିରଫ କରିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏହି ଖବର କାଗଜର ମୁଖ୍ୟ ସମ୍ପାଦକ ଜାକି ଦାରୟାବି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅନୁଷ୍ଠାନର ୫ ଜଣ ସାମ୍ବାଦିକଙ୍କୁ ଗରିଫ କରାଯାଇଛି ।
ଏହା ପୂର୍ବରୁ ତାଲିବାନ ଅନ୍ତର୍ଜାତୀୟ ସଂଗଠନ ଗୁଡ଼ିକୁ ପ୍ରତିଶ୍ରୁତି ଦେଇଥିଲା ଯେ, ଏହା ସାମ୍ବାଦକ ମାନଙ୍କର ଅଧିକାର ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ କରିବ । ଜାତିସଂଘର ମାନବାଧିକାର ବିଶେଷଜ୍ଞ ମାନଙ୍କର ଏକ ଦଳ ସମସ୍ତ ଦେଶକୁ ଆହ୍ୱାନ ଦେଇ ଆଫଗାନିସ୍ତାନ ସାମ୍ବାଦିକ ଏବଂ ଗଣମାଧ୍ୟମ କର୍ମକର୍ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଆହ୍ୱାନ ଦେଇଛନ୍ତି, ଯେଉଁମାନେ ଯୁଦ୍ଧବିହୀନ ଦେଶରେ ନିଜ ଜୀବନକୁ ବାଜି ଲଗାଇଛନ୍ତି ।