ତୃତୀୟ ଦିନିକିଆ : ୩ ଉଇକେଟରେ ଜିତିଲା ଶ୍ରୀଲଙ୍କା
![](https://thetruths.in/wp-content/uploads/2021/07/Srilanka-1-1024x768.jpg)
କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଶୁକ୍ରବାର କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡ଼ିୟମ୍ରେ ଖେଳା ଯାଇଛି । ବର୍ଷା ବାଧାପ୍ରାପ୍ତ ୩ୟ ଦିନିକିଆରେ ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୨୬ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦିନିକିଆ ସିରିଜର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆକୁ ମାତ୍ ଦେଇ ବିଜୟୀ ହୋଇଛି । ସିରିଜ ହାରିଥିବା ଶ୍ରୀଲଙ୍କା ଦଳ ୩ ଓ୍ବିକେଟରେ ବିଜୟୀ ହୋଇଛି । ଶ୍ରୀଲଙ୍କା ଟିମ୍ ୩୯ ଓଭରରେ ୭ ଓ୍ବିକେଟ ହରାଇ ୨୨୭ ରନ୍ ସଂଗ୍ରହ କରିବା ସହ ସମ୍ମାନ ରକ୍ଷା କରିଛି। ଶେଷ ଦିନିକିଆରେ ପରାଜିତ ହେବା ସହ ସହ ଟିମ୍ ଇଣ୍ଡିଆ ସିରିଜ ବିଜୟ ସହ ଦିନିକିଆ ଅଭିଯାନ ଶେଷ କରିଛି ।
ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବ୍ୟାଟିଂ ବପିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୩ ରନ୍ କରି ପ୍ରଥମେ ପାଭିଲିୟନ ଫେରିଥିଲେ ଅଧିନାୟକ ଶିଖର ଧାଓ୍ବନ। ୨୮ ରନ୍ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଆଜିର ମ୍ୟାଚ୍ରେ ପୃଥ୍ବୀ ଶ ସର୍ବାଧିକ ୪୯ ରନ୍ କରିଥିଲେ। ତାଙ୍କ ତଳକୁ ସଞ୍ଜୁ ସାମସନ (୪୬ ରନ୍), ସୂର୍ଯ୍ୟକୁମାର ଯାଦବ (୪୦ ରନ୍) କରିଥିଲେ। ଦଳୀୟ ସ୍କୋର ୧୦୨ ରନ୍ ହୋଇଥିବା ବେଳେ ପୃଥ୍ବୀ ଶ ଆଉଟ ହୋଇଥିଲେ। ଏହା ପରେ ପରେ ୧୧୮ ରନ୍ରେ ତୃତୀୟ ଓ୍ବିକେଟ (ସାମସନ୍) ପଡ଼ିଥିଲା । ତାପରେ ୧୫୭ ରନ୍ ବେଳକୁ ମନୀଷ ପାଣ୍ଡେ, ୧୭୯ରେ ହାର୍ଦ୍ଦିକ ପାଣ୍ଡ୍ୟା, ୧୯୦ ରନ୍ର ଦଳୀୟ ସ୍କୋର ବେଳକୁ ସୂର୍ଯ୍ୟକୁମାର ଯାଦବ ପାଭିଲିୟନ ଫେରିଥିଲେ। ତାଙ୍କ ପଛକୁ କେ ଗୌତମ, ନୀତିଶ ରାଣା, ରାହୁଲ ଚହର ଏବଂ ନବଦୀପ ସାଇନି ଆଉଟ ହୋଇଥିଲେ। ୪୩.୧ ଓଭରରେ ଟିମ୍ ଇଣ୍ଡିଆ ୨୨୫ ରନ୍ରେ ଅଲଆଉଟ ହୋଇଯାଇଥିଲା।