୧୨ଟା ବାଜୁ ନଥିବା ଘଣ୍ଟା

ଟେବୁଲ୍ ଘଂଟା ହେଉ କିମ୍ବା ହାତ ଘଂଟା; ସବୁଥିରେ ୧୨ଟା ନିଶ୍ଚୟ ବାଜିଥାଏ । କିନ୍ତୁ ଶୁଣି ଆଶ୍ଚର୍ଯ୍ୟହେବେ ପୃଥିବୀରେ ଏଭଳି ଏକ ଦେଶ ଅଛି, ଯାହାର ଘଂଟାରେ ଆଜି ଯାଏଁ ୧୨ଟା ବାଜିନି । ସ୍ୱିଜରଲ୍ୟାଣ୍ଡ୍ର ସୁନ୍ଦର ସହର ସୋଲୋଥ୍ରନ୍ । ଏହି ସହରର ସବୁଠୁ ଖାସ୍ କଥା ହେଉଛି, ଏଠାକାର ବାସିନ୍ଦାଙ୍କୁ ୧୧ ନମ୍ବର ବେଶ୍ ପ୍ରିୟ । ଏଠାକାର ପ୍ରତିଟି ଜିନିଷର ଡିଜାଇନ୍ ଏହି ନମ୍ବର ଉପରେ ନିର୍ମିତ । ଏଠାକାର ଚର୍ଚ୍ଚ ଏବଂ ଗୀର୍ଜାଘରର ସଂଖ୍ୟା ମଧ୍ୟ ୧୧-୧୧ ରହିଛି । ଐତିହାସିକ ଝରଣା, ସଂଗ୍ରହାଳୟ ଏବଂ ଟାୱାର୍ ମଧ୍ୟ ୧୧ ନମ୍ବର୍ର । ଏମିତିକି ଏଠାକାର ଚର୍ଚ୍ଚ ସବୁ ୧୧ ବର୍ଷ ମଧ୍ୟରେ ତିଆରି ହୋଇଥିଲା । ଏଠାକାର ପାହାଚ, ଝରକା, ଘଂଟି ମଧ୍ୟ ୧୧ଟି ରହିଛି । ଏଠାକାର ବାସିନ୍ଦାଙ୍କ ଜୀବନରେ ୧୧ ନମ୍ବରର ରହିଛି ବିଶେଷ ମହତ୍ୱ । ଏଠାକାର ଲୋକେ ୧୧ତମ ଜନ୍ମଦିବସକୁ ବେଶ ଧୂମଧାମ୍ରେ ପାଳନ କରନ୍ତି । ଜନ୍ମଦିନ ଅବସରରେ ଦିଆଯାଉଥିବା ଉପହାର ବି ୧୧ ନମ୍ବର ସହ ଜଡ଼ିତ ଥାଏ । ଏହି କାରଣରୁ ଏଠାରେ ଏଭଳି ଏକ ଘଂଟା ସ୍ଥାନ ପାଇଛି; ଯେଉଁଥିରେ କେବେ ୧୨ ବାଜେନାହିଁ । ସହରର ଟାଉନ୍ ସ୍କେ୍ୱାୟାର୍ରେ ରହିଛି ଏହି ଘଂଟା । ଘଂଟାରେ ୧୧ ଟା ଯାଏଁ ସଂଖ୍ୟା ଥିବାବେଳେ ୧୨ ନମ୍ବର ଗାୟବ ରହିଛି । ୧୧ ନମ୍ବର ସହ ଲୋକଙ୍କ ଭାବ ପଛରେ ପୌରାଣିକ ମାନ୍ୟତା ରହିଛି । ମାନ୍ୟତା ଅନୁସାରେ, କୌଣସି ଏକ ସମୟରେ ସୋଲୋର୍ଥନର ଲୋକମାନେ ବେଶ୍ ପରିଶ୍ରମୀ ଥିଲେ । କିନ୍ତୁ କଠିନ ପରିଶ୍ରମ କରିବା ସତ୍ୱେ ସେମାନଙ୍କ ଜୀବନରେ କୌଣସି ସୁଖଶାନ୍ତି ନଥିଲା । ଏହି ସମୟରେ ପାହାଡ଼ରୁ ଏଲ୍ଫ୍ ଆସି ସେମାନଙ୍କ ଜୀବନରେ ସୁଖ ଭରିଦେଲେ । ଜର୍ମାନୀ ଭାଷାରେ ଏଲ୍ଫର ଅର୍ଥ ୧୧ । ତେଣୁ ୧୧ ନମ୍ବର ସେମାନଙ୍କର ପ୍ରିୟ ହୋଇଗଲା ।