ପୁଣି ବିରୋଧୀଙ୍କ ହୋହଲ୍ଲା: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ
![](https://thetruths.in/wp-content/uploads/2021/09/Assembly-Adjourned-1-1024x576.jpg)
ଭୁବନେଶ୍ୱର : ଆଜି ହେଉଛି ମୌସୁମୀ ଅଧିବେଶନର ଶେଷ ଦିନ। ଶେଷ ଦିନରେ ବି ଚାଲି ପାରିଲାନି ପ୍ରଶ୍ନକାଳ। ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତଙ୍କ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ। କଂଗ୍ରେସ ବି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ଦୋହଲ୍ଲା ଯୋଗୁଁ ପ୍ରଥମେ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ପରେ ସାଢ଼େ ୧୧ଟା ପରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
ସେପଟେ ଚାଷୀଙ୍କ ସାର ଓ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ କରିବା ଦାବିରେ ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛି ବିଜେଡି। ଫସଲ ବୀମାରେ ଚାଷୀ ଲାଭ ପାଉ, ଏମ୍ଏସ୍ପି ବୃଦ୍ଧି କରାଯାଉ, ସ୍ବାମୀନାଥନ ରିପୋର୍ଟ ଲାଗୁ କରାଯାଉ ବୋଲି ବିଜେଡି ଦାବି କରିଛି । କେନ୍ଦ୍ର ସରକାର-ତମ କମ୍ପାନୀ ପୋଷିବା ବନ୍ଦ ହେଉ ବୋଲି ବିଜେଡି ନାରାବାଜି କରିଛି ।