ଜେଲେନସ୍କିଙ୍କୁ ହତ୍ୟା ଷଡଯନ୍ତ୍ର ଫେଲ୍, ଧରା ପଡିଲା ଋଷ୍ର ୨୫ ଜଣିଆ ସ୍ପେଶାଲ ସର୍ଭିସ୍ ଗ୍ରୁପ୍
![](https://thetruths.in/wp-content/uploads/2022/03/President-Zelensky.jpg)
ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଣି ହତ୍ୟା ପାଇଁ ଯୋଜନା । ଧରା ପଡିଲା ଋଷ୍ର ୨୫ ଜଣିଆ ସ୍ପେଶାଲ ସର୍ଭିସ୍ ଗ୍ରୁପ୍ । ଋଷିଆର ହତ୍ୟା ଷଡଯନ୍ତ୍ର ମାରିଲା ଫେଲ୍ । ଯାହା ଏକ ରିପୋର୍ଟରୁ ଜଣାପଡିଛି । କିଭ୍ ପୋଷ୍ଟ୍ ଦ୍ୱାରା ଏକ ଟ୍ୱିଟରେ କୁହାଯାଇଛି ଯେ, ସ୍ଲୋଭାକିଆ-ହଙ୍ଗେରୀ ସୀମା ପାଖରୁ ଋଷ ସ୍ପେଶାଲ ସର୍ଭିସର ୨୫ କମାଣ୍ଡୋଙ୍କୁ ଅଟକ ରଖାଯାଇଛି । ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ଲକ୍ଷ୍ୟରେ ଆସିଥିଲେ ।
ଏବେ ୟୁକ୍ରେନ ରାଷ୍ଟ୍ରପତି ମସ୍କୋର ଏକ ନମ୍ବର ଟାର୍ଗେଟରେ ରହିଛନ୍ତି । ସେମାନେ ୟୁକ୍ରେନ ସୀମାରେ ପଶି ଜେଲେନସ୍କି ଓ ତାଙ୍କ ପରିବାର ଲୋକଙ୍କୁ ଖୋଜାଖୋଜି କରିବା ପାଇଁ ଆସିଥିଲେ । ପୂର୍ବରୁ ମଧ୍ୟ ଜେଲେନସ୍କିଙ୍କୁ ଅନେକ ଥର ହତ୍ୟା ପାଇଁ ଯୋଜନା ହୋଇଥିଲା । କିନ୍ତୁ ବାରମ୍ବାର ସେ ବର୍ତ୍ତି ଯାଉଛନ୍ତି । ଏହା ପୂର୍ବରୁ ଗତ ଫେବୃଆରୀରେ ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଏପରି ମୋଟ୍ ୩ ଥର କରାଯାଇଥିଲା । କିନ୍ତୁ ସବୁ ପ୍ରୟାସ ବିଫଳ ହୋଇଥିଲା ।