ମାନଷିକ ଅବସାଦ ଦୂର କରିବ ଯୋଗ ଓ ବ୍ୟାୟାମ, ଜାଣନ୍ତୁ କେମିତି ?
ସୁସ୍ଥ ଶରୀର ପାଇଁ ପ୍ରତିଦିନ ଯୋଗ ଓ ବ୍ୟାୟାମ ନିହାତି ଆବଶ୍ୟକ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ମନକୁ ପ୍ରଫିଲ୍ଲିତ ରଖିବ । ଏହାଦ୍ବାରା ଆପଣ ନିରୋଗ ମଧ୍ୟ ରହିବେ। ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲକ୍ଷ ଲକ୍ଷ ଲୋକ ମାନସିକ ଅବସାଦ ସମସ୍ୟା ଦେଇ ଗତି କରୁଛନ୍ତି । ୨୦୧୮ ଡବ୍ଲୁଏଚଓ ରିପୋର୍ଟ ଅନୁଯାୟୀ ଆମେରିକା, ଚୀନ୍ ଓ ଭାରତ ତିନିଟି ଦେଶ ଏହି ତାଲିକାରେ ରହିଛି। ଭାରତ ବିଷୟରେ କହିବାକୁ ଗଲେ, ଯେଉଁଠାରେ ପ୍ରତି ୫ ଜଣଙ୍କ ମଧ୍ୟରୁ ୧ ଜଣ ଅବସାଦର ଶିକାର ହେଉଛି । ଯେଉଁଥିରେ ପ୍ରାୟ ୩୮ ପ୍ରତିଶତ ଶ୍ରମିକ ମହିଳା ଓ ୫ ପ୍ରତିଶତ ମହିଳା ରହିଛନ୍ତି। କିନ୍ତୁ ଏହି ମାନଷିକ ଅବସାଦକୁ ଆପଣ ଦୈନିକ ବ୍ୟାୟାମ ଦ୍ବାରା ଦୂର କରିପାରିବେ।
ଚାଲିବା :
ଚାଲିବା ଆପଣଙ୍କ ମନୋବଳକୁ ସୁଦୃଢ କରେ । ଏହା ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ତଥା ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ଭଲ ପ୍ରଭାବ ପକାଇଥାଏ । ଅନୁସନ୍ଧାନ ଅନୁଯାୟୀ, ଚାଲିବା ହେଉଛି ଏକ ନିମ୍ନ-ତୀବ୍ରତା ବିଶିଷ୍ଟ ଏରୋବିକ୍ କାର୍ଯ୍ୟକଳାପ । ଯାହା ଆପଣଙ୍କ ମସ୍ତିଷ୍କକୁ ସକରାତ୍ମକ ଚିନ୍ତାଧାରା ଆଣିଥାଏ । ଦୈନିକ ୩୦ ମିନିଟ ଚାଲିବା ସ୍ବାସ୍ଥ୍ୟପକ୍ଷେ ହିତକର ହୋଇଥାଏ।
ଯୋଗ :
ଯୋଗ ଓ ପ୍ରାଣାୟାମ କେବଳ ଆପଣଙ୍କ ଫିଟନେସ୍ କୁ ଠିକ୍ ରଖେ ନାହିଁ । ବରଂ ମନ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ବିଭିନ୍ନ ପ୍ରକାରର ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି । ଅନେକ ଲୋକ ଏବଂ ସେଲିବ୍ରିଟିମାନେ ଯୋଗର ସାହାଯ୍ୟ ନିଅନ୍ତି, ଯେତେବେଳେ ସେମାନେ ଟେନସନ କିମ୍ବା ମାନଷିକ ଅବସାଦରେ ରୁହନ୍ତି।
ସନ୍ତରଣ :
ସନ୍ତରଣ ଶରୀରକୁ ଅନେକ ଲାଭ ଦେଇଥାଏ । ଆମ ଶରୀରକୁ ଫିଟ୍ ଏବଂ ସୁସ୍ଥ ରଖିବା ପାଇଁ ଆମେ ବ୍ୟାୟାମ କରୁ । ପହଁରିବା ଏକ ବ୍ୟାୟାମ, ଯାହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପହଁରିବା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ କରିପାରେ । ପହଁରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ଓ ହୃଦଘାତ ହେବାର ଆଶଙ୍କା ମଧ୍ୟ କମିଯାଏ । ଏହା ଉଭୟ ହାଡ ଏବଂ ମାଂସପେଶୀକୁ ମଜବୁତ କରେ । ମାନସିକ ଚାପକୁ ଦୂର କରିବା ପାଇଁ ପହଁରିବା ଅତ୍ୟନ୍ତ ଲାଭଦାୟକ ।
ସାଇକେଲିଂ :
ସାଇକେଲିଂ ଚାପ, ଉଦାସୀନତା କିମ୍ବା ଚିନ୍ତାର ଭାବନାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସାଇକେଲିଂ କରିବା ଦ୍ୱାରା ମେଟାବୋଲିକ୍ ହାର ବୃଦ୍ଧି ପାଇଥାଏ । ଏହି ମାଂସପେଶୀକୁ ଠିକ୍ ରଖିବା ସହ ଶରୀରରୁ ଚର୍ବି ଅଂଶ ନଷ୍ଟ ହୋଇଥାଏ ।
ଡ୍ୟାନ୍ସ :
ଡ୍ୟାନ୍ସ ସକରାତ୍ମକ ମାନସିକ ସ୍ୱାସ୍ଥ୍ୟ ପ୍ରଭାବ ସୃଷ୍ଟି କରିଥାଏ । ଗ୍ରୃପରେ ଡ୍ୟାନ୍ସ ମାନସିକ ସ୍ଥିତିରେ ଉନ୍ନତି ଆଣେ। ନାଚିବା ଆପଣଙ୍କୁ ବହୁତ ଆନନ୍ଦ ଦେଇଥାଏ । ଯାହା ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)