ଜେଲରୁ ଚିଠି ଲେଖିଲେ ସିସୋଦିଆ, ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ
![](https://thetruths.in/wp-content/uploads/2023/04/Manis-Sisodia-1024x585.jpeg)
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ସେ ଏହି ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ଏହି ଚିଠିରେ ଲେଖିଛନ୍ତି ସିସୋଦିଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ୱିଟର ଆକାଉଣ୍ଟରେ ସିସୋଦିଆଙ୍କ ଏହି ଚିଠି ସେୟାର କରିଛନ୍ତି।
मनीष सिसोदिया ने जेल से देश के नाम चिट्ठी लिखी –
— Arvind Kejriwal (@ArvindKejriwal) April 7, 2023
प्रधानमंत्री का कम पढ़ा-लिखा होना देश के लिए बेहद ख़तरनाक
मोदी जी विज्ञान की बातें नहीं समझते
मोदी जी शिक्षा का महत्व नहीं समझते
पिछले कुछ वर्षों में 60,000 स्कूल बंद किए
भारत की तरक़्क़ी के लिए पढ़ा-लिखा पीएम होना ज़रूरी pic.twitter.com/VpPyY1Jr2v
ମନୀଷ ସିସୋଦିଆ ଚିଠିରେ ଲେଖିଛନ୍ତି, “ଗତ କିଛି ବର୍ଷ ମଧ୍ୟରେ ଦେଶରେ ୬୦ ହଜାର ସ୍କୁଲ ବନ୍ଦ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ବୁଝନ୍ତି ନାହିଁ । ମୋଦୀ ଶିକ୍ଷାର ମହତ୍ତ୍ୱ ମଧ୍ୟ ବୁଝନ୍ତି ନାହିଁ । ତେଣୁ ଭାରତର ପ୍ରଗତି ପାଇଁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ରହିବା ଅତ୍ୟନ୍ତ ଜରୁରୀ ।
ନିଜ ଚିଠିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି, “ଆଜି ଆମେ ଏକବିଂଶ ଶତାବ୍ଦୀରେ ବାସ କରୁଛୁ । ସାରା ବିଶ୍ୱରେ ବିଜ୍ଞାନ ଓ ଟେକ୍ନୋଲୋଜିରେ ପ୍ରତିଦିନ ନୂଆ ବିକାଶ ଘଟୁଛି | ସାରା ବିଶ୍ୱ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଚର୍ଚ୍ଚା କରୁଛି | ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମଇଳା ଡ୍ରେନରେ ପାଇପ୍ ଲଗାଇ ମଇଳା ଗ୍ୟାସରୁ ଚା’ ଓ ଖାଦ୍ୟ ରନ୍ଧା ଯାଇପାରିବ ବୋଲି କହିବା ଶୁଣି ମୋତେ ବେଶ୍ ଲଜ୍ଜା ଅନୁଭବ ହେଉଛି । ”
ସିସୋଦିଆ ତାଙ୍କ ଚିଠିରେ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ କୁହନ୍ତି ଯେ ରାଡାର ମେଘ ପଛରେ ଉଡ଼ୁଥିବା ବିମାନକୁ ଧରିପାରିବ ନାହିଁ, ସେତେବେଳେ ସେ ସମଗ୍ର ବିଶ୍ୱର ଲୋକଙ୍କ ପରିହାସର ପାତ୍ର ହୁଅନ୍ତି | ସ୍କୁଲ୍ ଓ କଲେଜରେ ପଢ଼ୁଥିବା ପିଲାମାନେ ତାଙ୍କୁ ପରିହାସ କରନ୍ତି | ତାଙ୍କର ଏପରି ବୟାନ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହାର ଅନେକ କୁପ୍ରଭାବ ଅଛି | ସମଗ୍ର ବିଶ୍ୱ ଜାଣେ ଯେ ଭାରତର ପ୍ରଧାନମନ୍ତ୍ରୀ କେତେ ଶିକ୍ଷିତ ଏବଂ ତାଙ୍କର ବିଜ୍ଞାନ ବିଷୟରେ ମଧ୍ୟ ସାଧାରଣ ଜ୍ଞାନ ନାହିଁ। ”
ସିସୋଦିଆ ଆହୁରି ଲେଖିଛନ୍ତି, ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆଲିଙ୍ଗନ କରନ୍ତି, ସେଥିପାଇଁ ସେମାନେ ବଡ଼ ମୂଲ୍ୟ ହାସଲ କରି ଚାଲିଯାଆନ୍ତି । ବଦଳରେ ସେମାନେ କେଜାଣି କେତେ କାଗଜରେ ଦସ୍ତଖତ ନିଅନ୍ତି ତାହା ଆମ ପ୍ରଧାନମନ୍ତ୍ରୀ ଜାଣିପାରନ୍ତି ନାହିଁ, କାରଣ ସେ କମ୍ ଶିକ୍ଷିତ ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ଗିରଫ କରିଥିଲା।
ତାଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସିବିଆଇ ଠାରୁ ଜବାବ ମାଗିଛନ୍ତି। କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ କରିବେ । ବର୍ତ୍ତମାନ ମନୀଷ ସିସୋଦିଆ ତିହାର ଜେଲରେ ଅଛନ୍ତି।