ମନ୍ଥର ଗତିରେ ଚାଲିଛି ପନ୍ତେଇ ଫେରି ଘାଟ ପୋଲ ନିର୍ମାଣ କାର୍ଯ୍ୟ, ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ
![](https://thetruths.in/wp-content/uploads/2023/04/Pantei-Ferry-Ghat-Pole-1024x578.jpg)
ବାଲିଆପାଳ : ବାଲିଆପାଳ ଏବଂ ଭୋଗରାଇ ବାସୀଙ୍କ ମଧ୍ୟରେ ବହୁଦିନର ସ୍ୱପ୍ନ ପନ୍ତେଇ ଫେରି ଘାଟରେ ସବୁଦିନିଆ ସ୍ଥାୟୀ ପୋଲ ନିର୍ମାଣ । ମାତ୍ର ପୋଲ କାର୍ଯ୍ୟ ଆରମ୍ଭ ହେବାପରେ ଉଭୟ ବ୍ଲକବାସୀଙ୍କ ମଧ୍ୟରେ ସୁବିଧାରେ ଯାତାୟତ ପାଇଁ ଖୁସିର ଲହର ଖେଳି ଯାଇଥିଲା । ମାତ୍ର ଏବେ ପୋଲ ନିର୍ମାଣକରୀ ଠିକାସଂସ୍ଥା ଏଲଏଣ୍ଡ ଟି ଓ ସରକାରୀ ଠିକା ଅର୍କିଟେକ୍ନୁ କନ୍ସୁଲଟେଣ୍ଟ ସଂସ୍ଥା ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବାରୁ ପନ୍ତେଇ ପୋଲ ନିର୍ମାଣର କାର୍ଯ୍ୟ ଆଗେଇପାରୁନି । ଯାହା ଫଳରେ ଦୁଇ ମାସରୁ ଅଧିକ ସମୟ ହେବ କାର୍ଯ୍ୟ ବନ୍ଦ ରହିଛି । ସରକାରୀ କଳ ପୋଲ କାର୍ଯ୍ୟ ଅଗ୍ରଗତି ଦିଗରେ ସହଯୋଗ କରୁ ନ ଥିବାରୁ କାର୍ଯ୍ୟ ହୋଇ ପାରୁନି ବୋଲି ଏଲଏଣ୍ଡଟି କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି ।
ତେବେ ପୋଲ ନିର୍ମାଣ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ହେବା ପାଇଁ ଆରମ୍ଭରୁ ଜାମକୁଣ୍ଡା ପଞ୍ଚାୟତର ଏକମାତ୍ର ସାପ୍ତାହିକ ହାଟକୁ ଉଛେଦ କରାଯାଇ ପୋଲ ନିର୍ମାଣ କାରି ଠିକାଦାର ସଂସ୍ଥା ପକ୍ଷରୁ କାର୍ଯ୍ୟାଳୟ କରାଯାଇଥିଲା । ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେଲେ ପୁଣି ପୂର୍ବପରି ହାଟ ବସିବାର ଆଶା ରଖି ଉଠା ଦୋକାନୀ ମାନେ ନିଜ ନିଜ ବ୍ୟବସାୟ ବନ୍ଦ କରି ସେତେବେଳେ ଉଠି ଯାଇ କଷ୍ଟ ମଷ୍ଟେ ଜୀବିକା ନିର୍ବାହ କରୁଥିଲେ । ମାତ୍ର ଏବେ ଯେପରି ପୋଲ କାର୍ଯ୍ୟ ଚାଲିଛି ବର୍ଷ ବର୍ଷ ଧରି ଏମିତି କାର୍ଯ୍ୟ ଚାଲିଲେ ପୋଲ କାର୍ଯ୍ୟ ଶେଷ ହେବନି । ଦୀର୍ଘ ଦିନ ଧରି ପୋଲ ନିର୍ମାଣ କାର୍ଯ୍ୟ ବନ୍ଦ ପଡିଥିବାରୁ ସ୍ଥାନୀୟ ଚାଷୀ ଓ ବେପାରୀ ମାନଙ୍କ ମୁଣ୍ଡରେ ହାତ ଦେଇ ଭବିଷ୍ୟତ ଚିନ୍ତା କରୁଛନ୍ତି । କେବେ ପୋଲ କାମ ସରିବ କେବେ ଠିକାଦାର କମ୍ପାନୀ ସାପ୍ତାହିକ ହାଟରୁ ଡେରା ଉଠାଇବେ ପୁଣି ସ୍ୱଭାବିକ ହେବ ଚାଷୀ ମୂଲିଆଙ୍କ ହାଟ । ପୁଣି ପୋଲକୁ ନେଇ ଅଞ୍ଚଳ ବାସୀଙ୍କୁ ସ୍ୱପ୍ନ ସାକାର ହେବ । ପୋଲ କାମ ବନ୍ଦ ରହିବାର ଦେଖି ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଧିରେ ଧିରେ ତେଜିବାରେ ଲାଗିଛି ।
ଏପଟେ ପୋଲ ନିର୍ମାଣ କାରୀ ଠିକା ସଂସ୍ଥା ଏଲଏଣ୍ଡଟି କମ୍ପାନୀ ସରକାରୀ ଠିକା ସଂସ୍ଥା ଅର୍କିଟେକ୍କୁ କନ୍ସୁଲେଣ୍ଟ କମ୍ପାନୀ ଠିକ ସମୟରେ ପୋଲ ନିର୍ମାଣର ଡ୍ରଇଂ ନଦେବା ଏବଂ ପନ୍ତେଇ ପୋଲ ନିର୍ମାଣରେ ନିୟୋଜିତ ଅର୍କିଟେକ୍କୁ କନ୍ସୁଲେଣ୍ଟ କମ୍ପାନୀର ମୁଖ୍ୟ ନିର୍ମାଣ ସ୍ଥାନକୁ ନଯାଇ ଅଫିସରେ ବସି କାର୍ଯ୍ୟ ଉପରେ ବିଭିନ୍ନ ତଥ୍ୟ ମାଗି ବିଭାନ୍ତିକର ପରିସ୍ଥିତି ସୃଷ୍ଟି କରି ବିରକ୍ତି ପ୍ରକାଶ କରୁଥିବରୁ ନିର୍ମାଣ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦରହିଥିବା କଥା ଏଲଏଣ୍ଡଟି କମ୍ପାନୀର ସୁପର ଭାଇଜର ତାପସ ପଣ୍ଡା କହିଛନ୍ତି । ଅନ୍ୟପକ୍ଷରେ ଅର୍କିଟେକ୍ କନ୍ସୁଲେଣ୍ଟ ସଂସ୍ଥାର କ୍ୱାଲିଟି ମେଣ୍ଟିନେଟ ବିଜୟ କୁମର ସ୍ୱାଇଁ କହନ୍ତି ଏଲଏଣ୍ଡଟି କମ୍ପାନୀର ପନ୍ତେଇ ସେତୁ ଦାୟିତ୍ୱରେ ଥିବା ଅଧିକାରୀ ମାନେ ପୋଲ ନିର୍ମାଣର ହେଉଥିବା ସାମଗ୍ରୀର କାଗଜ ପତ୍ର ଠିକ ସମୟରେ ଦେଉନାହାନ୍ତି ଯାହା ଦ୍ୱାରା ହେଉଥିବା କାର୍ଯ୍ୟର ମାନ ନିର୍ଦ୍ଧାରଣ ହୋଇପାରୁନାହିଁ । ଏହାଛଡ଼ା ଆବଶ୍ୟକ ରାସ୍ତାର ମରାମତି ଏବଂ ପୋଲ ପାଇଁ ଉଦ୍ଦିଷ୍ଟ ରାସ୍ତା ପାଇଁ ଯେତିକି ଜମି ଚିହ୍ନଟ ହୋଇଛି ସେଥିରେ ମାଟି ପଡି ନାହିଁ । ନଦୀ ମଧ୍ୟରେ ପିଲର ନିର୍ମାଣ ହେବାକୁ ପଡ଼ିଛି । ଏମିତି ବାହୁ କାର୍ଯ୍ୟ ପଡ଼ିରହିଥିବା ବେଳେ ଡ୍ରଇଂ ପାଇଁ କାମ ଅଟକି ଥିବା କଥା ଠିକ ନୁହେଁ । ସରକାରୀ ଠିକା କମ୍ପାନୀ ଓ ପୋଲ ନିର୍ମାଣ କାର୍ଯ୍ୟାଦେଶ ପାଇଥିବା ଠିକା କମ୍ପାନୀ ମଧ୍ୟରେ ଚାଲିଥିବା ଶୀତଳ ଯୋଦ୍ଧକର କାରଣ ସାଧାରଣ ଲୋକଙ୍କ ପାଖରେ ଅସ୍ପଷ୍ଟ । ଜିଲାପାଳ ମହୋଦୟ ଦୁଇ କମ୍ପାନୀର ଶୀତଳ ଯୋଦ୍ଧର କାରଣକୁ ଅନୁଧ୍ୟାନ କରି ଯଥା ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଯେତେ ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେତେ ଶୀଘ୍ର କମ୍ପାନୀର ଡେରା ସ୍ଥାନୀୟ ସାପ୍ତାହିକ ହାଟରୁ ଉଠିବ ଫକରେ ଚାଷୀ, ବେପାରୀଙ୍କ ଜୀବନ ଜୀବିକାରେ ସ୍ୱଚ୍ଛତା ପ୍ରସ୍ଫୁଟିତ ହେବ । ଏବଂ ଦୁଇ ବ୍ଲକର ଜଣ ସାଧାରଣଙ୍କ ଆଶା ପରିପୁରଣ ହେବ ।