ବିଷପିଇ ମହିଳାଙ୍କ ଆତ୍ମହତ୍ୟା
ସୋର : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୁଡ଼ିଖୁଳା ଗ୍ରାମରେ ଗତ ବୁଧବାର ଅପରାହ୍ନରେ ବିଷପାନ କରିଥିବା ମହିଳାଙ୍କର ରାତିରେ ସୋର ମେଡ଼ିକାଲରେ ମୃତ୍ୟୁ ହୋଇଯାଇଛି ।
ଏହି ଗ୍ରାମର ନବକିଶୋର ଭକ୍ତାଙ୍କ ସ୍ତ୍ରୀ ଶକୁନ୍ତଳା (୩୫) ବୁଧବାର ଅପରାହ୍ନରେ ବିଷ ପିଇ ଦେଇଥିଲେ । କିନ୍ତୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ôଚବାରୁ ଶକୁନ୍ତଳାକୁ ମେଡ଼ିକାଲରେ ପହଞ୍ଚାଇବା ବିଳମ୍ବ ହୋଇଥିଲା । ଫଳରେ ଶକୁନ୍ତଳା ଡାକ୍ତରଖାନାରେ ଗୁରୁତ୍ତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ବିଳମ୍ବିତ ରାତ୍ରିରେ ଚିକିତ୍ସାଧିନ ଅବସ୍ଥାରେ ଶକୁନ୍ତଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ôଚ ମୃତଦେହ ଜବତ କରି ବ୍ୟବଚ୍ଛେଦ ଗୃହରେ ରଖିଥିଲେ । ଗୁରୁବାର ପୂର୍ବାହ୍ନରେ ସୋର ପୋଲିସ ଡାକ୍ତରଖାନାରେ ପହଞ୍ôଚ ଏକ ମାମଲା (ନଂ. ୮୪/୨୨) ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।