ଅଂଶୁୁଘାତରେ ମହିଳା ମୃତ!
ବାଲେଶ୍ୱର : ରାଜ୍ୟରେ ରୌଦ୍ର ତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିଲାଣି । ଗତକିଛିଦିନ ତଳେ ରାଜ୍ୟର ଅଧା ସହର ୪୦ ଡିଗ୍ରୀ ଉପରେ ଥିବାବେଳେ ଦୁଇଦିନ ହେବ ତାପମାତ୍ରାରେ ସାମାନ୍ୟ ସୁଧାର ଆସିଛି । ଏହି ପରିପ୍ରେକ୍ଷୀରେ ଅଂଶୁଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏଭଳି ଅଘଟଣ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ବରଡିିହା ପଞ୍ଚାୟତର କୁସୁମସାହି ଗାଁରେ ଦେଖିବାକୁ ମିଳିଛି ।
ସୂଚନା ଯେ, କୁସୁମସାହି ଗାଁର ଅଜୟ ସିଂଙ୍କ ପତ୍ନୀ ଜୟନ୍ତୀ (୫୪) ରବିବାର ସକାଳେନ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ଆଣିିବାକୁ ଯାଇଥିଲେ । ମାତ୍ର ଅପରାହ୍ନ ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାରଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ ଜଙ୍ଗଲ ମଧ୍ୟରେ ଏକ ସ୍ଥାନରେ ସେ ଅଚେତ୍ ହୋଇ ପଡ଼ିଥିବାର ଦେଖିବାକୁ ପାଇଥିଲେ । ନିକଟରେ ସେ ଗଚ୍ଛିତ କରିଥିବା କାଠଗୋଛା ମଧ୍ୟ ପଡିଥିଲା । ଏନେଇ ପରିବାର ଲୋକେ କୁଶଗଡ଼ ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଜମାଦାର ଭଗବାନ ଦାସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୋମବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି ।