ଚାଲୁଥିବା ମାଛ !
ପୃଥିବୀରେ ଏମିତି କିଛି ଜୀବଙ୍କ ସନ୍ଧାନ ମିଳୁଛି ଏବେ, ଯାହା ବିଷୟରେ ନା କେହି କେବେ ଶୁଣିଛନ୍ତି ନା ଦେଖିଛନ୍ତି । ଏଭଳି ଏକ ମାଛର ସନ୍ଧାନ ବୈଜ୍ଞାନିକମାନେ ନିକଟରେ ପାଇଛନ୍ତି; ଯାହା ପହଁରିବା ପରିବର୍ତେ ଚାଲୁଥିବା ନଜର୍ ଆସିଛି । ବୈଜ୍ଞାନିକଙ୍କ ଅନୁସାରେ, ଏହି ମାଛଙ୍କ ସଂଖ୍ୟା ପୃଥିବୀରେ ବହୁତ କମ୍ ରହିଛି । ମାଛଙ୍କ ବିଷୟରେ କିଛି ଜାଣିବା ଖୁବ୍ ଅସମ୍ଭବ । ଏମାନେ ପାଣି ତଳେ ଥାଇ ବି ପହଁରିବା ପରିବର୍ତେ ଚାଲିଥାନ୍ତି । ଗତ ବର୍ଷ ଗବେଷକଙ୍କର ଏକ ଦଳ ଅଷ୍ଟ୍ରେଲିଆର ଦକ୍ଷିଣ ତଟରେ ଅବସ୍ଥିତ ତସ୍ମାନିଆ ଦ୍ୱୀପରେ ଏହି ଚାଲୁଥିବା ମାଛର ସନ୍ଧାନ କରିଥିଲେ । ଏହି ଅଦ୍ଭୁତ ମାଛ କେବଳ ହ୍ରଦରେ ବଂଚିରହିପାରନ୍ତି । ଏମାନଙ୍କ ନାଁ ସ୍ପଟେଡ୍ ହ୍ୟାଣ୍ଡ୍ଫିଶ୍ । ପାଣି ଭିତରୁ ଉପରକୁ ଏମାନେ କଦାପି ଆସିପାରନ୍ତି ନାହିଁ । ଏଣୁ ବଂଚି ରହିବାକୁ ସମୁଦ୍ରରେ ଥିବା ପୋକଜୋକଙ୍କୁ ନିଜ ଶିକାର ବନାଇଥାନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ସ୍ପଟେଡ୍ ହ୍ୟାଣ୍ଡଫିଶ୍ର କେବଳ ଗୋଟିଏ ପ୍ରାକୃତିକ ଆବାସର ଚିହ୍ନଟ ବୈଜ୍ଞାନିକମାନେ କରିପାରିଛନ୍ତି । ଯାହା ଏହି ନିଆରା ତଥା ବିଲୁପ୍ତ ମାଛଙ୍କୁ ଜୀବିତ ରଖିବାରେ ସାହାରା ପାଲଟିଛି ।