ପେଚା ଜାତୀୟ ଶୁଆ
କାକାପୋ ଏକ ଶୁଆ ଜାତୀୟ ପକ୍ଷୀ । କେବଳ ରାତିରେ ଦେଖା ଦେଉଥିବାରୁ ଏହାକୁ ପେଚା ଜାତୀୟ ଶୁଆ ବୋଲି କୁହାଯାଏ । ଦେଖିବାକୁ ଶୁଆଭଳି ହୋଇଥିଲେ ମଧ୍ୟ ଏହା ଉଡ଼ିପାରେ ନାହିଁ । ସାଧାରଣତଃ କାକାପୋ ନ୍ୟୁଜିଲାଣ୍ଡରେ ଦେଖାଯାଏ । ଏହା ଦେଖିବାକୁ ଆକାରରେ ବଡ଼ । ଗୋଟିଏ କାକାପୋର ଲମ୍ବ ୬୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ଓଜନ ୨ ରୁ ୪ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ଏମାନେ ପ୍ରାୟତଃ ୯୫ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି । ଏମାନଙ୍କର ଘ୍ରାଣଶକ୍ତି ଖୁବ୍ ତୀକ୍ଷ୍ଣ ଓ ଏମାନେ ଛୋଟ ଗଛ, ଘାସ, ଫଳ, ମଞ୍ଜି ଇତ୍ୟାଦି ଖାଇଥାନ୍ତି । ବିଶେଷକରି ରିମୁ ଗଛର ଫଳକୁ ଏମାନେ ଅତି ଆନନ୍ଦରେ ଖାଇଥାନ୍ତି । ଏକା ସଙ୍ଗରେ ଏମାନେ ତିନିଟି ଅଣ୍ଡା ଦେଇଥାନ୍ତି । ଏହାର ପରରୁ ଆକର୍ଷଣୀୟ ଟୋପି ଓ ପୋଷାକ ନିର୍ମିତ କରାଯାଉଥିବାବେଳେ ଏମାନଙ୍କର ମାଂସକୁ କେତେକ ଖାଦ୍ୟ ରୂପେ ଗ୍ରହଣ କରୁଥିବାରୁ ଏମାନଙ୍କର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।