ଲୋକଙ୍କ ଭଲପାଇବା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି : ମୁଖ୍ୟମନ୍ତ୍ରୀ
![](https://thetruths.in/wp-content/uploads/2022/12/BJD-2.jpg)
ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ଆଜି ୨୫ ବର୍ଷ ପୂରଣ କରିବା ଅବସରରେ ବାର୍ତ୍ତା ଦେଇଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡ଼ିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ୨୫ବର୍ଷ ପୂରଣ କରୁଛି। ଆପଣମାନଙ୍କ ଭଲପାଇବା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଆସନ୍ତୁ ଏହି ଧାରାକୁ ଅତୁଟ ରଖି, ଲୋକଙ୍କ ସେବା ଓ ଉନ୍ନତିକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଆଗକୁ ବଢ଼ିବା। pic.twitter.com/JkDjvsLzHQ
— Naveen Patnaik (@Naveen_Odisha) December 26, 2022
ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ୨୫ବର୍ଷ ପୂରଣ କରୁଛି। ଆପଣମାନଙ୍କ ଭଲପାଇବା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଏହି ଧାରାକୁ ଅତୁଟ ରଖି, ଲୋକଙ୍କ ସେବା ଓ ଉନ୍ନତିକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।