ଆମେ ଦେଖାଇ ଦେଇଛୁ କି ବିଜେପିର ସିଟ ସଂଖ୍ୟା ଓ ଭୋଟ ପ୍ରତିଶତକୁ କମାଇହେବ : ଅଖିଳେଶ ଯାଦବ
![](https://thetruths.in/wp-content/uploads/2022/03/Akhilesh-Yadav-1.jpg)
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟକୁ ନେଇ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଫଳାଫଳ ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଟୁଇଟର ହ୍ୟାଣ୍ଡେଲ ଜରିଆରେ କହିଛନ୍ତି, ଆମର ଆସନକୁ ବଢ଼େଇବା ଏବଂ ଭୋଟ ପ୍ରତିଶତକୁ ବୃଦ୍ଧି କରିଥିବାରୁ ଉତ୍ତର ପ୍ରଦେଶର ଲୋକମାନଙ୍କୁ ଧନ୍ୟବାଦ । ଅଖିଳେଶ ଯାଦବ ଟୁଇଟର ମାଧ୍ୟମରେ ସପା-ଆଲାଇନ୍ସର ସମସ୍ତ ବିଜେତା ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ସମସ୍ତ ନୂତନ ବିଧାୟକ ଜନସାଧାରଣଙ୍କ ସେବା ତଥା ସାହାଯ୍ୟ କରିବାର ଦାୟିତ୍ବ ପାଳନ କରିବା ଉଚିତ। କୃଷକ, ଶ୍ରମିକ ଏବଂ ପ୍ରଫେସନାଲ ଯେଉଁମାନେ ଆମ ଉପରେ ବିଶ୍ବାସ କରିଥିଲେ ସେମାନଙ୍କୁ ଧନ୍ୟବାଦ ।
ସେ କହିଛନ୍ତି ଆମେ ଦେଖାଇ ଦେଇଛୁ କି ବିଜେପିର ସିଟ ସଂଖ୍ୟା ଓ ଭୋଟ ପ୍ରତିଶତକୁ କମାଇହେବ। ଭାଜପା ଏହିପରି ଭାବରରେ ନିରନ୍ତର ତଳକୁ ଖସିବ। କହିରଖୁଛୁ କି ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ବଡ଼ ବିଜୟ ହାସଲ କରିଛି । ବିଜେପି ତାର ସହଯୋଗୀମାନଙ୍କ ସହ ୨୭୩ ଟି ସିଟ୍ ଜିତି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥି ସହ ରାଜ୍ୟର ମୁଖ୍ୟ ବିରୋଧୀ ସମାଜବାଦୀ ପାର୍ଟି ୧୧୧ ଟି ସିଟ୍ ଜିତିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମେନପୁରର କରହଲ ଆସନରୁ ଜିତିଛନ୍ତି। ସେ କରହଲଙ୍କ ଆସନରେ ବିଜେପିର ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବାଗେଲଙ୍କୁ ପରାସ୍ତ କରିଛନ୍ତି। ସେ ଏସପି ସିଂ ବାଗେଲଙ୍କୁ ୬୭୪୪୧ ଭୋଟରେ ପରାସ୍ତ କରିଛନ୍ତି । ଅଖିଳେଶ ଯାଦବଙ୍କୁ ୧୪୮୧୯୬ ଭୋଟ୍ ମିଳିଛି ଯାହା ମୋଟ ଭୋଟର ୬୦.୧୨ ପ୍ରତିଶତ । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଏସପି ସିଂ ବାଗେଲଙ୍କୁ ୮୦୪୫୫ ଭୋଟ୍ ମିଳିଛି। ଏହା ସହ ବିଏସପିର କୁଲଦୀପ ନାରାୟଣ ଏହି ଆସନରେ ୧୫୭୦୧ ଭୋଟ୍ ପାଇଛନ୍ତି ।