ହୀରାକୁଦରେ ବଢୁଛି ଜଳସ୍ତର, ଗେଟ୍ ଦେଇ ଜଳ ନିଷ୍କାସନ ଜାରି
![](https://thetruths.in/wp-content/uploads/2021/09/Hirakud-Dam-2.jpg)
ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି । ଫଳରେ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ରବିବାର ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ ରହିଛି । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସୂଚନା ଯେ, ଉପରମୁଣ୍ଡରେ ଲାଗି ରହିଛି ବର୍ଷା । ଯାହାଫଳରେ ହୀରାକୁଦ ଜଳଭଣ୍ଡାର ଭିତରକୁ ୩ ଲକ୍ଷ ୮୮ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି । ଏବେ ମୋଟ୍ ୨୦ଟି ଗେଟ୍ ଦେଇ ହୀରକୁଦରୁ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୧୩ଟି ଏବଂ ଡାହାଣ ପାର୍ଶ୍ବରେ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ତେବେ ତଳିଆ ଅଞ୍ଚଳରେ ବି କିଛି ଧରି ବର୍ଷା ଲାଗି ରହିଥିବାରୁ ସବୁ ନଦୀରେ ଜଳସ୍ତର ବଢିବାରେ ଲାଗିଥିଲା । ଆଉ ଏବେ ହୀରାକୁଦ ଗେଟ୍ ବି ଖୋଲାଯାଇଛି । ଯାହାଫଳରେ ତଳିଆ କିଛି ଅଞ୍ଚଳରେ ଜଳସ୍ତର ବଢିପାରେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ତଳିଆ ଅଞ୍ଚଳର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।