ଆଜି ଦିନକ ପାଇଁ ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ ବାତିଲ
ସମ୍ବଲପୁର : ଆଜି ଦିନକ ପାଇଁ ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ ବାତିଲ କରାଯାଇଛି। ଗତକାଲିର ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସମ୍ବଲପୁର ରେଲ୍ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।
ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ଏକ ମେମୁ ଟ୍ରେନ ଗତ ବୁଧବାର ସନ୍ଧ୍ୟାରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ଟି ସରଲା ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏକ ମଇଁଷିକୁ ଧକ୍କା ଦେଇ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ୪ ନମ୍ବର ବଗି ରେଳ ଧାରଣାରୁ ଖସିପଡିଥିବା ଡିଆରଏମ ସୂଚନା ଦେଇଥିଲେ। ଲାଇନଚ୍ୟୁତ ହୋଇଥିବା ବଗିରେ ପ୍ରାୟ ୨୦୦ ଯାତ୍ରୀ ଥିଲେ । ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ଦୁର୍ଘଟଣା ହୋଇଥିବା ବଗିକୁ ଅଲଗା କରାଗଲା ପରେ ଟ୍ରେନ୍ଟି ସମ୍ୱଲପୁର ଅଭିମୁଖେ ଯାତ୍ରା କରିଥିଲା । ସେହିପରି ଟ୍ରେନ ମାଡରେ ମଇଁଷିର ମୃତ୍ୟୁ ଘଟିଛି।