ଦ୍ଵିତୀୟ ନିର୍ଭୟା : ଯନ୍ତ୍ରଣା ସହି ନପାରି ଆଖି ବୁଜିଲେ ପୀଡ଼ିତା
![](https://thetruths.in/wp-content/uploads/2021/09/Rape-Murder.jpg)
- ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୂରାଇ ଦେଲେ ଦୁଷ୍କର୍ମକାରୀ, ମୁଖ୍ୟ ଅଭିଯୁକ୍ତ ଗିରଫ
ମୁମ୍ବାଇ : ଦେଶରେ ଏବେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଲୁଟ, ରାହାଜାନି, ହତ୍ୟା ଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ବିଶେଷ କରି ମହିଳାଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା । ଦୋଷୀଙ୍କୁ ଦଣ୍ଡ ଦିଆଯାଉଥିଲେ ହେଁ ଅପରାଧ ଘଟାଇବାରେ ସେମାନେ ପଛାଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଚର୍ଚ୍ଚିତ ନିର୍ଭୟା କାଣ୍ଡର ପୁନରାବୃତ୍ତି ହୋଇଛି । ମହିଳାଙ୍କ ଗୁପ୍ତାଙ୍ଗରେ ରଡ଼ ପୂରାଇ ନିର୍ମମ ଭାବେ ଦୁଷ୍କର୍ମ କରିଥିଲେ ଦୁଷ୍କର୍ମକାରୀ। ଶେଷରେ ଯନ୍ତ୍ରଣା ସହି ନପାରି ଆଖି ବୁଜିଲେ ପୀଡ଼ିତା। ଶୁକ୍ରବାର ଦୁଷ୍କର୍ମର ଶିକାର ହୋଇଥିବା ୩୨ବର୍ଷର ଜଣେ ମହିଳାଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏଭଳି ଏକ ବୀଭତ୍ସ କାଣ୍ଡ ମୁମ୍ବାଇରେ ଦେଖିବାକୁ ମିଳିଛି ।
ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ମହିଳାଙ୍କୁ ଶୁକ୍ରବାର ଅଟୋ ଭିତରେ ଦୁଷ୍କର୍ମ କରିବା ପରେ ଦୁଷ୍କର୍ମକାରୀମାନେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୂରାଇ ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଙ୍କ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଘାଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ନେଇ ଡାକ୍ତର କହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କର ଶନିବାର ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଷ୍କର୍ମକାରୀ ମୋହନ ଚୌହ୍ବାନ(୪୫)କୁ ଘଟଣା ଘଟିବାର କିଛି ସମୟ ମଧ୍ୟରେ ଗିରଫ କରିଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଧାରା ୩୭୬, ୩୦୭ରେ ମାମଲା ରୁଜୁ କରିଛି।