ଏଣିକି କୋଓ୍ୱିନ ପୋର୍ଟାଲରେ ଅନ୍ୟ ଭାଷାରେ କରିହେବ ଟିକା ବୁକିଂ
- ଆସନ୍ତା ସପ୍ତାହରୁ ହିନ୍ଦୀ ସମେତ ୧୪ଟି ଆଞ୍ଚଳିକ ଭାଷାରେ ହେବ ଉପଲବ୍ଧ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବିରୁଦ୍ଧରେ ଲଢେଇ ଜାରି ରହିଛି । ଯଥାସମ୍ଭବ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି । ଏଥିପାଇଁ ବ୍ୟବହୃତ କୋଓ୍ୱିନ ଆପରେ ଆହୁରି ସହଜ ହେବ ଟିକା ବୁକିଂ । ଦୂର ହେବ ଗାଁ ଲୋକଙ୍କ ସମସ୍ୟା । ଏଣିକି ଇଂରାଜୀ ବ୍ୟତୀତ ଅନ୍ୟ ଭାଷାରେ ବି କରିହେବ ଟିକା ବୁକିଂ । ଗ୍ରାମାଞ୍ଚଳରେ ଥିବା ଲୋକଙ୍କ ସମସ୍ୟାକୁ ଦେଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ନିଜ ଭାଷାରେ ଟିକା ପାଇଁ ପଞ୍ଜୀକୃତ କରିବେ ଲୋକେ । କରୋନା ଟିକା ପାଇବା ପାଇଁ ବର୍ତ୍ତମାନ ଏହି ବ୍ୟବସ୍ଥା ବେଶ୍ପ ସହାୟକ ହେବ ।
କୋଓ୍ୱିନ ପୋର୍ଟାଲ୍ ଆସନ୍ତା ସପ୍ତାହ ସୁଦ୍ଧା ହିନ୍ଦୀ ଏବଂ ୧୪ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ବର୍ତ୍ତମାନ ଏହି ଆପରେ କେବଳ ଇଂରାଜୀ ଉପଲବ୍ଧ ହେଉଛି । ଏହି କାରଣରୁ, ଯେଉଁମାନେ ଇଂରାଜୀ ଭାଷା ଜାଣନ୍ତି ନାହିଁ, ବିଶେଷକରି ଗାଁର ଲୋକମାନେ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କୋଭିଡ-୧୯ ଫର୍ମାଟ ଉପରେ ନଜର ରଖିବା ପାଇଁ ଆହୁରି ୧୭ ଟି ଲାବୋରେଟୋରୀ ସହ ଯୋଗାଯୋଗ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ହୋଇଛି ।