ବର୍ଦ୍ଧିତ ଲକ୍ଡାଉନ୍ରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ
ଭୁବନେଶ୍ୱର : ରାଜ୍ୟରେ ଲକ୍ଡାଉନ୍ ଅବଧି ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଫଳରେ ଏହି ସମୟ ମଧ୍ୟରେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି କ୍ରମରେ ମୋ ବସ୍ର ନିୟମିତ ସେବା ମଧ୍ୟ ବନ୍ଦ ରହିବ । କ୍ୟାପିଟାଲ୍ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ କୁହାଯାଇଛି ଯେ ବର୍ଦ୍ଧିତ ଲକ୍ଡାଉନ୍ ରେ ‘ମୋ ବସ୍’ର ନିୟମିତ ସେବା ପରବର୍ତୀ ନୋଟିସ୍ ପର୍ଯ୍ୟନ୍ତ ବନ୍ଦ ରହିବ ।
ଓଡ଼ିଶାରେ ଦ୍ୱିତୀୟ କରୋନା ଲହରର ଲାକଡାଉନ ୨.୦ ଆରମ୍ଭ ହୋଇଛି । ପୂର୍ବରୁ କରୋନା ଭାଇରସର ଆତଙ୍କକୁ ଦେଖି ସରକାର ମେ ୫ ରୁ ୧୯ ଯାଏଁ କଟକଣା ଲଗାଇଥିଲେ । ଏହି ସମୟରେ ସବୁ ଦୋକାନ ବଜାର ଅନୁଷ୍ଠାନ ଆଦି ବନ୍ଦ ରହିଥିଲା । କେବଳ ସକାଳ ୬ରୁ ୧୨ ଯାଏଁ ପରିବା ଓ ରାସନ ଦୋକାନ ଖୋଲା ରହୁଥିଲା । ଏବେ କିନ୍ତୁ ଲକଡାଉନ କଟକଣାକୁ ଜୁନ୧ ଯାଏଁ ବୃଦ୍ଧି କରାଯାଇଛି । ନୂଆ ନିୟମରେ କିଛିଟା ପରିବର୍ତନ କରାଯାଇଛି । ଏହି ସମୟ ସୀମାକୁ ୭ରୁ ୧୧ କରାଯାଇଛି । ତେବେ ଲକଡାଉନ ବେଳେ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଛାଡ଼ ମିଳିବ । ଏହାରି ଭିତରେ ବର୍ଦ୍ଧିତ ଲକ୍ଡାଉନ୍ରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛି କ୍ରୁଟ୍ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ରେଲୱେ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ । ଏୟାରପୋର୍ଟରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ ଜାରି ରହିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।