ଉତରାଖଣ୍ଡ ଦେବସ୍ଥାନମ ବୋର୍ଡ଼ ଭଙ୍ଗ : ତୀର୍ଥ ପୁରୋହିତମାନଙ୍କ ମଧ୍ୟରେ ଖୁସିର ଲହର
ଡେରାଡୁନ : ଲମ୍ବା ସମୟରୁ ଚାଲିଥିବା ସଂଘର୍ଷ, ଏବଂ ତୀର୍ଥ ପୁରୋହିତଙ୍କ ଅଭିମାନକୁ ଦେଖି ଶେଷରେ ଉତରାଖଣ୍ଡର ଧାମି ସରକାର ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି ଏବଂ ଉତରାଖଣ୍ଡ ଦେବସ୍ଥାନମ୍ ବୋର୍ଡ଼କୁ ଭଙ୍ଗ କରିଛନ୍ତି । ଏହାଦ୍ୱାରା ଚାରିଧାମର ତୀର୍ଥ-ପୁରୋହିତମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ଏବେ ବିଧାନସଭାର ଶୀତକାଳୀନ ଅଧିବେନରେ ଏହି ଆକ୍ଟକୁ ନିରସ୍ତ କରାଯିବ । ଏହି ପଦକ୍ଷେପ ରାଜ୍ୟର ନିର୍ବାଚନ ୨୦୨୨ ପାଇଁ ବଡ଼ ପ୍ରଭାବୀ ପଦକ୍ଷେପ ବୋଲି କୁହାଯାଉଛି । ଉତରାଖଣ୍ଡ ଦେବସ୍ଥାନମ୍ ବୋର୍ଡ଼କୁ ଭଙ୍ଗ କରିବା ପାଇଁ ଧାମୀ ସରକାର ଉପରେ ତୀର୍ଥ ପୁରୋହିତଙ୍କ ଅନେକ ଚାପ ଥିଲା । ଏହି ବୋର୍ଡ଼କୁ ଭଙ୍ଗ କରିବା ପାଇଁ ନା କେବଳ ଚାରି ଧାମର ହକ୍-ହକୁକଧାରୀ, ତୀର୍ଥ ପୁରୋହିତ ଅପିତୁ ସନ୍ତ ସମାଜର ମଧ୍ୟ ବହୁତ ଅଭିମାନ ଥିଲା । ଏହାକୁ ସମାପ୍ତ କରିବା ଠାରୁ ନେଇ ନିଜ ବିରୋଧରେ ରୁଜୁ କରାଯାଉଥିଲା ।