ଉତ୍କଳ ରଙ୍ଗଣୀ ସମାଜର ସମ୍ବର୍ଦ୍ଧନା ଉତ୍ସବ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧିତ
ଭୁବନେଶ୍ୱର : ନିଖିଳ ଉତ୍କଳ ଶାକାହାରୀ ରଙ୍ଗଣୀ ସମାଜର ପୁରୀ ଜିଲ୍ଲା ନିମାପଡା ବ୍ଳକ ଅନ୍ତର୍ଗତ ବାଙ୍ଗୁରଷପାଟଣାର ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ନାୟକ ଗତ ସେପ୍ଟମ୍ବର ୫ତାରିଖ ଗୁରୁଦିବସରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ଏହି ପରିପ୍ରେକ୍ଷିରେ ସେ ରଙ୍ଗଣୀ ସମାଜର ଗର୍ବ ଓ ଗୈାରବ ହୋଇଥିବା ଯୋଗୁଁ ତାଙ୍କୁ ଉକ୍ତ ସମାଜପକ୍ଷରୁ ଜୟଦେବଭବନରେ ଏକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନର ଆୟୋଜନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡିଶାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମୂଖ୍ୟଅତିଥି ଭାବେ ଯୋଗଦେଇ ଆଦର୍ଶ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କୁ ମାନପତ୍ର, ଉପଢ଼ୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମଧ୍ୟ ଏହି ଉତ୍ସବରେ ଯୋଗଦେଇ ଆଦର୍ଶ ଶିକ୍ଷକଙ୍କର ଭୂୟଷୀ ପ୍ରସଂଶା କରିଥିଲେ । ଉକ୍ତ ସମାଜର ସଭାପତି କିଶୋର ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ହରିହର ସାହୁ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ସମାଜର ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀ ମାନେ ଈଶ୍ୱର ଚନ୍ଦ୍ର ନାୟକଙ୍କ ଭଳି କାର୍ଯ୍ୟକରି ରଙ୍ଗଣୀ ସମାଜର ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଓଡିଶାର ବିଭିନ୍ନପ୍ରାନ୍ତରୁ ରଙ୍ଗଣୀ ସମାଜର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଷେଶ ମଧ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ ।