ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ, ପୋଲିସ ତଦନ୍ତ ଆରମ୍ଭ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର ଥାନା ଗାଲୁଆ ଛକ ନିକଟରେ ଗୁରୁବାର ସକାଳୁ ଏହି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଳିଆ ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ବାମ ପଟ ବେକରେ ଗଭୀର କ୍ଷତ ଥିବାର ଦେଖାଯାଇଛି ।
ଏଭଳି ଜନଗହଳିପୂର୍ଣ୍ଣ ରାସ୍ତା ପାର୍ଶ୍ୱକୁ ଜଣେ ମହିଳାଙ୍କ ମୃତଦେହ କିଭଳି ଆସିଲା ତାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ନାନା ଆଶଙ୍କା ପ୍ରକାଶ ପାଇଛି ।ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛ।