ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟାର୍ଡ ଉଦଘାଟିତ, ଏଣିକି ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଯାନ
ଖୋର୍ଦ୍ଧା : ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟାର୍ଡ ଉଦଘାଟିତ ହୋଇଛି । ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ବାଇପାସଠାରେ ଏହି ଗାଡ଼ି ସ୍କ୍ରାପିଂ ୟାର୍ଡ ଖୋଲିଛି । ଟାଟା ମୋଟର୍ସ ଓ ଏମ୍ପ୍ରିଓ ପ୍ରିମିୟମ ପକ୍ଷରୁ ଓଡ଼ିଶାର ପ୍ରଥମ ଓ ଦେଶରେ ଟାଟା ମୋଟର୍ସର ଦ୍ବିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ ୟାର୍ଡରେ ବର୍ଷକୁ ୧୦ହଜାର ପୁରୁଣା ଯାତ୍ରୀବାହୀ ଓ ବାଣିଜ୍ୟିକ ପରିବହନ ଯାନର ସ୍କ୍ରାପିଂ ହୋଇ ପାରିବ । ରିସାଇକଲ୍ ୱିଥ୍ ରେସପେକ୍ଟ- (ରି-ୱି-ରି ) ୟାର୍ଡକୁ ରାଜ୍ୟ ବାଣିଜ୍ୟ, ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି।
ରାଜ୍ୟରେ ଆଉ ଗଡ଼ିବନି ୧୫ ବର୍ଷର ପୁରୁଣା ଯାନ । ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଡ଼ି ରହିଛି ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟର ଜିପ୍, କାର, ବସ୍, ଟ୍ରକ୍ । ସେହି ସବୁ ଯାନ ଗୁଡ଼ିକ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବ ଏବଂ ନୂତନ ଯାନ କିଣିଲା ବେଳେ ମଧ୍ୟ ଅନେକ ସୁବିଧା ମିଳିବ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସ୍କ୍ରାପିଂ ସୁବିଧା ଆରମ୍ଭ ହୋଇଛି । ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାର କୁମାରବସ୍ତଠାରେ ରେସାଇକେଲ୍ ୱିଥ ରେଷ୍ପେକ୍ଟ ୟୁନିଟ ଆରମ୍ଭ ହୋଇଛି ।
ରାଜ୍ୟ ସରକାରଙ୍କ ବାଣିଜ୍ୟ, ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ୟୁନିଟକୁ ଉଦଘାଟନ କରିଛନ୍ତି । ପୁରୁଣା ଯାନଗୁଡ଼ିକ ଏଠାରେ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବ । ଏଥିସହ ନୂଆ ଯାନ କିଣିଲା ବେଳେ ମଧ୍ୟ ଅନେକ ସୁବିଧା ସୁଯୋଗ ମିଳିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ରାଜ୍ୟର ସବୁ ଅଞ୍ଚଳରୁ ପୁରୁଣା ଯାନ ଗୁଡ଼ିକ ଏଠି ସ୍କ୍ରାପିଂ କରାଯିବ । ପ୍ରଥମ ଦଫାରେ ସମସ୍ତ ସରକାରୀ ପୁରୁଣା ଗାଡ଼ି ଗୁଡ଼ିକର ସ୍କ୍ରାପିଂ ଆରମ୍ଭ ହୋଇଛି ।
ଏହି ୟୁନିଟରେ ଦୈନିକ ୪୦ ଗାଡ଼ି ଖୋଲାଯାଇ ପାରିବ। ଏଥିପାଇଁ ଅତ୍ୟାଧୁନିକ ମେସିନ କାର୍ଯ୍ୟ କରିବା ସହିତ ଉନ୍ନତ ବୈଷୟିକ କୌଶଳ କାର୍ଯ୍ୟକାରୀ କରାଯାଉଛି ବୋଲି ଟାଟା ମୋଟର୍ସର ବଜନେସ ମୁଖ୍ୟ ସୂଚନା ଦେଇଛନ୍ତି। କେବଳ ସରକାରୀ ନୁହେଁ ଘରୋଇ ଯାନ ଗୁଡ଼ିକ ପାଇଁ ମଧ୍ୟ ଏହି ପଲିସିରେ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ । ଏହାଦ୍ବାର ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି ।