କେନ୍ଦ୍ରୀୟ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ପଟିଆଲା ଗସ୍ତରେ, ୩୦୦ ବେଡ ବିଶିଷ୍ଠ ହଷ୍ଟେଲର ଉଦଘାଟନ
![](https://thetruths.in/wp-content/uploads/2022/12/F.jpg)
ପଟିଆଲା : କେନ୍ଦ୍ରୀୟ ଯୁବ ଓ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଶନିବାରଦିନ ପଟିଆଲାରେ ଭାରତୀୟ ଖେଳ ପ୍ରାଧିକରଣର ନେତାଜୀ ସୁବାଷ ରାଷ୍ଟ୍ରୀୟ ଖେଳ ସଂସ୍ଥାନ ଗସ୍ତ କରିବା ସହିତ ୨୬.୭୭ କୋଟି ବ୍ୟୟରେ ନୂଆଭାବରେ ନିର୍ମିତ ହୋଇଥିବା ୩୦୦ ବେଡ ବିଶିଷ୍ଠ ହଷ୍ଟେଲର ଉଦଘାଟନ କରିଛନ୍ତି । ମନ୍ତ୍ରୀ ଭାରତର ଗର୍ବ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦ ଏବଂ ଦୌଡରାଣୀ ପିଟିଉଷାଙ୍କୁ ସମର୍ପିତ ଛାତ୍ରାବାସର ମଧ୍ୟ ଉଦ୍ଦଘାଟନ କରିଛନ୍ତି । ଏହି ଛାତ୍ରାବାସରେ ସମୁଦାୟ ୫.୨୫ କୋଟି ବେୟ କରାଯାଇ ଏହାର ପୁନଃନିର୍ମାଣ ତଥା ଉନ୍ନତିକରଣ କରାଯାଇଅଛି । ଉଦଘାଟନ ସମାରୋହରେ ମନ୍ତ୍ରୀ କହିଛନ୍ତ ସରକାରଙ୍କର ପ୍ରୟାସ ଆଥଲେଟିକ୍ କୁ ସର୍ବୋତମ ସବିଧା ସୁଯୋଗ ପ୍ରଦାନ କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରିଡାକୁ ସବୁନୀତି ନିୟମର କେନ୍ଦ୍ର ରଖିବାକୁ ଗୁରୁତ୍ୱ ଦେଇଛନ୍ତି । ୩୦୦ ବେଡ ବିଶିଷ୍ଠ ନୁଆ ଛାତ୍ରାବାସ ଓ ପୁରୁଣା ଛାତ୍ରାବାସର ଉନ୍ନତିକରଣ କରିବା ଲକ୍ଷ ହେଉଛି ଆଉ ଏକ ପାଦ ଆଗକୁ ବଢିବା । ତେବେ ଏହି ପ୍ରତିଷ୍ଠିତ କେନ୍ଦ୍ରରେ କ୍ରିଡାର ପ୍ରଶିକ୍ଷଣରେ ରହିବାରେ ସୁଧାର ଆସିବ ।