ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ! ଭାରତୀୟ ବଂଶୋଦ୍ଭବ ଋିଷି ସୁନକଙ୍କୁ ୧୦୦ କନଞ୍ଜରଭେଟିଭ ନେତାଙ୍କ ସମର୍ଥନ
![](https://thetruths.in/wp-content/uploads/2022/10/Indian-Origin-Rishi-Sunak-1024x538.jpg)
ବ୍ରିଟେନ : ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୁଣିଥରେ ନିର୍ବାଚନ ହେବ । ଲିଜ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ ରାଜନୀତି ସରଗରମ ରହିଛି । ଏଭଳି ସ୍ଥିତିରେ ଭାରତୀୟ ବଂଶୋଦ୍ଭବ ଋିଷି ସୁନକଙ୍କୁ ଏହାର ଲାଭ ମିଳୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଋିଷି ପ୍ରଧାନମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି । ଖାସ୍ କଥାଟି ହେଲା, ନାମାଙ୍କନ ପ୍ରକ୍ରିୟା ଦୌଡ଼ରେ ଋିଷି ବାଜି ମାରି ନେଇଛନ୍ତି । ଋିଷି ନାମାଙ୍କନ ପାଇଁ ଆବଶ୍ୟକ ଥିବା ୧୦୦ କଞ୍ଜରଭେଟିଭ୍ ନେତାଙ୍କ ସମର୍ଥନ ହାସଲ କରି ନେଇଛନ୍ତି । ଅକ୍ଟେବାର ୨୪ ନାମାଙ୍କନ ପ୍ରକ୍ରିୟାର ଶେଷ ଦିନ ।
୪୨ ବର୍ଷୀୟ ସୁନକଙ୍କୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ଦଳର ନେତା ହେବାକୁ ସୁନକ ଏବଂ ଜନସନ ନିର୍ବାଚନ ଲଢିବା ପାଇଁ ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। ଏପର୍ଯ୍ୟନ୍ତ ‘ଲିଡର ଅଫ୍ କମନ୍ସ’ ପେନି ମର୍ଡାଣ୍ଟ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ ଯିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ତେବେ ପୂର୍ବତନ ଅର୍ଥମନ୍ତ୍ରୀ ସୁନକଙ୍କୁ କ୍ଷମତାସୀନ ଦଳର ବିଭିନ୍ନ ଦଳର କିଛି ସାଂସଦ ଏବଂ କିଛି ସାଂସଦଙ୍କ ସମର୍ଥନ ମିଳିଛି।
ତେବେ ସୂଚନା ଅନୁଯାୟୀ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟ୍ ସୋମବାର ଅନୁଷ୍ଠିତ ହେବ। ଅକ୍ଟୋବର ୨୮ ରେ ଫଳାଫଳ ଘୋଷଣା କରାଯିବ। ୟୁଗୋଭଙ୍କ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ବ୍ରିଟେନର ପାଞ୍ଚଜଣ ଭୋଟରଙ୍କ ମଧ୍ୟରୁ ତିନିଜଣ ସାଧାରଣ ନିର୍ବାଚନ ଚାହୁଁଥିବା ବେଳେ ୫୦% ରୁ ଅଧିକ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଏହି ଦୌଡ଼କୁ ଫେରିବାକୁ ବିରୋଧ କରୁଛନ୍ତି। ବ୍ରିଟେନରେ ଶୀଘ୍ର ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଲେବର ପାର୍ଟିର ଆହ୍ୱାନ୍ ମଧ୍ୟରେ ଏହି ଭୋଟ୍ ମଧ୍ୟ ଆସିଛି। ତେଣୁ ଆଗାମୀ ସମୟରେ କିଏ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦବୀରେ ବସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।