ସିଡିଏସ ବିପିନ ରାୱତ ଓ ଅନ୍ୟ ସେନା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ‘ସମ୍ପର୍କ ଫାଉଣ୍ଡେସନ’ ପକ୍ଷରୁ ଶ୍ରଦ୍ଧାଞ୍ଜଳି
![](https://thetruths.in/wp-content/uploads/2021/12/Samparka-Foundation-1024x698.jpg)
ବାଲେଶ୍ୱର : ତାମିଲନାଡୁର କନ୍ନୁରରେ ଚପ୍ପର ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରତିରକ୍ଷା ବାହିନୀଙ୍କ ମୁଖ୍ୟ (ସିଡିଏସ) ଜେନେରାଲ ବିପିନ ରାୱତ, ତାଙ୍କ ଧର୍ମପତ୍ନୀ ଓ ଅନ୍ୟ ୧୧ଜଣ ସେନା ଅଧିକାରୀ ଓ କର୍ମଚାରୀ ପ୍ରାଣ ହରାଇବା ଘଟଣାକୁ ସମଗ୍ର ଦେଶ ଶୋକାକୁଳ ପରିସ୍ଥିତି ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ସୋରରେ ସ୍ଵେଛାସେବୀ ସଂଗଠନ ‘ସମ୍ପର୍କ ଫାଉଣ୍ଡେସନ’ ପକ୍ଷରୁ ଜେନେରାଲ ରାୱତ ଓ ଅନ୍ୟ ସେନା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।
ସଂଗଠନର ସଦସ୍ୟ ମାନେ ସୋର କଲେଜ ଛକ ଠାରେ ସମବେତ ହୋଇ ଦିବଂଗତ ସେନା ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଜାଳି ଶୋକବ୍ୟକ୍ତ କରିଥିଲେ। ସଂଗଠନର ସଭାପତି ଉଦିତ ଦାସଙ୍କ ସମେତ ଚେୟାରମ୍ୟାନ ମୁନା ଚେଲ, ଦିପକ ଲେଙ୍କା, ନିଳାଦ୍ରି ମହାନ୍ତି, ଶୁଭାଶିସ ମାହାନା, ଜୟନ୍ତ, ଚିନ୍ମୟ, ଅଭିଜିତ, ସଂଗ୍ରାମ ବିଶ୍ଵାଳ, ଦିବ୍ୟଜ୍ୟୋତି ପାଣିଗ୍ରାହୀ, ମିଲୁ, ସମିର, ମାନଗୋବିନ୍ଦ, ରୌନିକ, ଦିପୁନ ପ୍ରମୁଖ କ୍ୟାଣ୍ଡେଲ ଜାଳି ସହିଦଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।