ଆଜି ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ
![](https://thetruths.in/wp-content/uploads/2023/10/Baji-Rout-1024x768.jpg)
ଆଜି ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ । ଓଡ଼ିଶାର ବୀର ସ୍ବାଧୀନତା ସଂଗ୍ରାମୀ । ଦେଶର ସର୍ବକନିଷ୍ଠ ସହିଦ । ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଇଥିବା ଏହି ଅମର ବୀରଙ୍କର ଆଜି ହେଉଛି ଜୟନ୍ତୀ ।
୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁରର ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ଆଦେଶ ପରେ ବି ଡଙ୍ଗାରେ ନଦୀ ପାର କରାଇ ନଥିଲେ । ଆଉ ଛାତିରେ ଗୁଳି ଖାଇ ହୋଇଯାଇଥିଲେ ସହିଦ । ଏହି ବୀର ପୁତ୍ରଙ୍କ ଜୟନ୍ତୀ ଅବସରରେ ଆଜି ସାରା ଓଡ଼ିଶା ଜଣାଉଛି ଶ୍ରଦ୍ଧାଞ୍ଜଳି।