ଆଜି ମାତୃ ଦିବସ
ଆଜି ମାତୃ ଦିବସ । ସାରା ବିଶ୍ୱ ପାଳୁଛି ମାତୃ ଦିବସ । ମାଆ ସେ ସର୍ବଂସାହା । ସେ ଜନନୀ, ସେ ଜଗଧାତ୍ରୀ । ମାଆଠୁ ବଳି ଦୁନିଆରେ କିଛି ବି ନାହିଁ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ପଣତରେ ଥରେ ପୋଛିହୋଇଗଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ । ତା ଭଲପାଇବାର ନାହିଁ ତୁଳନା । ସେ ଅତୁଳନୀୟ । ଆଜି ଅନ୍ତର୍ଜାତୀୟ ମାତୃ ଦିବସ । ମା ମାନଙ୍କୁ ସମ୍ମାନିତ କରିବାର ଦିନ । ପରିବାର ମଧ୍ୟରେ ମାତୃ ବନ୍ଧନ ଭାବରେ ସାରା ବିଶ୍ୱରେ ପାଳନ କରାଯାଏ । ଏହା ଏକ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଯାହା ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ପଡେ । ତେବେ ଏଠାରେ କହିରଖୁ ଯେ, ମାଆମାନଙ୍କ ପାଇଁ ସବୁଦିନ ଚିର ନମସ୍ୟ । ପରିବାର ପ୍ରତି ସେମାନଙ୍କର ଅକ୍ଲାନ୍ତ ଅବଦାନ, ଅନେକ ବଳିଦାନ ଏକ ଉଲ୍ଲେଖ ଏବଂ ସ୍ୱୀକୃତି ପାଇବାକୁ ଯୋଗ୍ୟ । ଆମ ଜୀବନରେ ମାଆ ପରି ବ୍ୟକ୍ତିତ୍ୱ, ଯେଉଁମାନେ ଆମକୁ ପ୍ରତିଦିନ ପ୍ରେରଣା ଦିଅନ୍ତି ଏବଂ ଆମକୁ ଭଲ ଲୋକ ହେବାକୁ ଆଗକୁ ବଢାଇବାର ଉତ୍ସ ଦେଇଥାନ୍ତି । ବିଶ୍ୱାସ କରାଯାଏ ଯେ ଆଧୁନିକ ମାତୃ ଦିବସ ଉତ୍ସବ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା । ଯେତେବେଳେ ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ଏହି ଦିନକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ନିଜ ମା ଏପରି ଇଚ୍ଛା ପ୍ରକାଶ କରିଥିଲେ ।
ମାଆର ବାତ୍ସଲ୍ୟ ମମତା, ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବାକୁ ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରକୁ ମାତୃଦିବସ ରୂପେ ପାଳନ କରାଯାଇଥାଏ । ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମାଆ । ମାଆ ଶବ୍ଦର ଉଚ୍ଚାରଣ ମାତ୍ରେ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ଏକ ନିଚ୍ଛକ ଅନୁଭବ ଭରିଯାଏ ହୃଦୟରେ । ମା’ ଶବ୍ଦ ଏକ ସମ୍ବୋଧନ ନୁହେଁ, ଏହି ଶବ୍ଦରେ ଲୁଚିରହିଥାଏ ମମତା ଓ ସହନଶୀଳତା । ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମା’କୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ । ଏଣୁ ଉଭୟ ଜନ୍ମଦାତ୍ରୀ ଓ ଧରିତ୍ରୀ ମା’କୁ ଭଲ ପାଇବା ଓ ତା’ର ସୁରକ୍ଷା ପାଇଁ ଏ ଶୁଭ ଦିବସରେ ପ୍ରତ୍ୟେକ ମଣିଷ ଗୋଟିଏ ଲେଖାଏଁ ଗଛ ଲଗାଇବା ହେଉ କି ସିଡ଼ବଲ୍ ଜରିଆରେ ମା’କୁ ଭଲ ପାଇବାର ଭାବନା ପ୍ରଦର୍ଶିତ କରୁନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି । ମାଟି, ମଞ୍ଜି ଓ ଗୋବର ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ ସେହିପରି ମାଆର ପଣତକାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ ରଖିଥାଏ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପରଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା ସେ ହେଉଛି ମାଆ ।