ଆଜି ହେରାପଞ୍ଚମୀ : ଅଭିମାନ କରି ମହାଲକ୍ଷ୍ମୀ ନନ୍ଦିଘୋଷ ଭାଙ୍ଗିବେ
ପୁରୀ : ସ୍ନାନ ପୂର୍ଣ୍ଣମୀ ଦିନ ମହାପ୍ରଭୁ ସ୍ନାନ କରିବା ପରେ ଜ୍ୱରରେ ପିଡୀତ ହୋଇ ଅଣସର ପିଣ୍ଡି ରେ ଅବସ୍ଥାନ କରିଥିଲେ । ଶ୍ରୀମନ୍ଦିର ବୈଦ୍ୟ ଙ୍କ ପରାମର୍ଶ, ଦୈତାପତିଙ୍କ ଗୁପ୍ତ ସେବା ବଳରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦେଇଥିଲେ । ମହାଲକ୍ଷ୍ମୀ ଙ୍କୁ ନଜଣାଇ ଭାଇ ଭଉଣୀଙ୍କ ସଙ୍ଗେ ରଥଚଢି ଜନ୍ମବେଦୀ କୁ ଯାଇଛନ୍ତି । ଏଥିରେ ମହାଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ମାଆ ବିମଳାଙ୍କ ପରାମର୍ଶ ନେଇଥିଲେ । ମାଆ ବିମଳାଙ୍କ ପରାମର୍ଶ କ୍ରମେ ମାଆ ଲକ୍ଷ୍ମୀ ବିମାନ ଯୋଗେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ସନ୍ଧ୍ୟା ଧୂପ ଦର୍ଶନ କରିବା ସମୟରେ ହଠାତ୍ କବାଟ ପଡିଯାଇଥିଲା । ମାଆ ଲକ୍ଷ୍ମୀ ମଧ୍ୟ ତାଙ୍କ ପ୍ରଭୁ ଫେରିଯିବା ପାଇଁ ମୋହଚୁର୍ଣ୍ଣ ପକାଇଥିଲେ । ପ୍ରଭାତ ପଡିଯିବାରୁ ମାଆ ଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ମନ୍ଦିରସ୍ଥ ରଥ ପାଖକୁ ଆସି ରଥର ଏକ ଆଂଶ ଭାଙ୍ଗି ହେରାଗୌରୀ ସାହି ବାଟେ ଫେରିବେ । ଏହା ପରେପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତିନି ରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାର ଠାରେ ରଖାଯିବ ।
ଅନ୍ୟପକ୍ଷରେ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ରହିଥିବାରୁ କାଳେ ଭକ୍ତ ମାନେ ଏକାଠି ହୋଇ କୋଭିଡ୍ କଟକଣା ମାନିବେ ନାହିଁ ସେଥିପାଇଁ ଗୁଣ୍ଡିଚା ମନ୍ଦିର ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୧୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ଭୋଳାନାଥ ବିଦ୍ୟାପୀଠ, ଖାକୀମଠ ନୁଆସାହି ଛକ ଠାରୁ ଗୁଣ୍ଡିଚା ମନ୍ଦିର ଶରଧାବାଲି ଓ ତା ଚାରିପଟ ପୁଲିସ ଜଗିବ । ଏସଂପର୍କରେ ଜିଲାପାଳ ଆଦେଶନାମା ଜାରି କରିଛନ୍ତି । କୌଣସି ଯାନ ବାହାନ ଏହି ଅଂଚଳରେ ଯାଇ ପାରିବ ନାହିଁ । କେବଳ ଅନୁମତି ଥିବା ଯାନ ବାହାନ ଯାଇପାରିବ ।