ଆଜି ଦିନିକିଆ କୋରାପୁଟ ଓ ନବରଙ୍ଗପୁର ଜିଲା ଗସ୍ତରେ ଯିବେ ୫ ବରିଷ୍ଠ ପ୍ରଶାସକ

ଜୟପୁର : ବୁଧବାର ଦିନିକିଆ କୋରାପୁଟ ଓ ନବରଙ୍ଗପୁର ଜିଲା ଗସ୍ତରେ ଯିବେ ୫ ଜଣ ବରିଷ୍ଠ ପ୍ରଶାସକ। ଏମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ, ୫ଟି ସଚିବ ଭି.କେ ପାଣ୍ଡିଆନ, ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍.ଭିନିଲ କ୍ରିଷ୍ଣାଙ୍କ ସମେତ ଏନଏଚଏମର ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ।
ଖବର ଅନୁଯାୟୀ, ସକାଳ ୯ ଟାରେ ଜୟପୁରରେ ପହଞ୍ଚିବା ପରେ ଆମ୍ବାଗୁଡା ଯାଈ ସେଠାରେ ଜିଲା ଅଧିନରେ ଥିବା ସ୍କୁଲ ବୁଲି ଦେଖିବା ପରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ। ସେଠାରେ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପରେ କୋରାପୁଟ ଆସିଵେ।ଏଠାରେ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ ସ୍ଥିତି ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।