ବାଲେଶ୍ୱର : ୫୨୪ ସଂକ୍ରମିତ, ୩୧୩ ସୁସ୍ଥ
ବାଲେଶ୍ୱର : ଦ୍ୱିତୀୟ ଲହରରେ ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୧ ହଜାର ୪୯୮ ଜଣ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୫୨୪ଜଣ ରହିଛନ୍ତି ।
ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱର ସହରର ସହଦେବଖୁଣ୍ଟାରୁ ୮ଜଣ, ଜିଲା ମୁଖ୍ୟ ଚିକିତ୍ସାଳୟରୁ ୭ଜଣ, ଭୋଇସାହିରୁ ୫ଜଣ, ନୂଆବଜାରରୁ ୪ଜଣ, ସୁନହଟରୁ ୩ଜଣ, ମୋତିଗଞ୍ଜରୁ ୩ଜଣ, ବଟେଶ୍ୱରରୁ ୩ଜଣ, ଆଜିମାବାଦରୁ ୨ଜଣ, ବଡ଼ଖୁଆରୁ ୨ଜଣ, ମାନସିଂବଜାରରୁ ୨ଜଣ, ନେଳିଆବଗରୁ ୨ଜଣଙ୍କ ସମେତ ଦାମୋଦରପୁର, ଭାସ୍କରଗଞ୍ଜ, ଟୁଲଙ୍କସାହି, ସୁଏଲପୁର, ଶ୍ରୀକଣ୍ଠପୁର, ପଞ୍ଜିବାଗ, ମଲିକାଶପୁର, ମଠସାହି, ଖଲାସୀ ମହଲା, ଜେଲରୋଡ଼, ଅଙ୍ଗାରଗଡ଼ିଆ ଓ ଆକତପୁର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି । ସେହିପରି ଜିଲାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାହାନଗା ବ୍ଲକରୁ ସର୍ବାଧିକ ୨୧୫ ଜଣ, ସଦର ବ୍ଲକରୁୁ ୬୪ଜଣ, ରେମୁଣା ବ୍ଲକରୁ ୨୪ଜଣ, ଖଇରା ବ୍ଲକରୁ ୧୨ଜଣ, ଜଳେଶ୍ୱର ବ୍ଲକରୁ ୬୦ଜଣ, ସୋର ବ୍ଲକରୁ ୯ଜଣ, ବସ୍ତା ବ୍ଲକରୁ ଜଣେ, ନୀଳଗିରି ବ୍ଲକରୁ ୩୮ଜଣ, ଔପଦା ବ୍ଲକରୁ ୩୮ଜଣ ଓ ବାଲିଆପାଳ ବ୍ଲକରୁ ୧୨ଜଣ ବ୍ୟକ୍ତିଙ୍କୁ ନୂଆ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାଲେଶ୍ୱର ପୌରାଞ୍ଚଳର ସହଦେବଖୁଣ୍ଟାରୁ ୮ଜଣ, ମୁଖ୍ୟ ଚିକିତ୍ସାଳୟରୁ ୭ଜଣ, ଭୋଇସାହିରୁ ୫ଜଣ, ବାହାନଗା ବ୍ଲକର କଲ୍ୟାଣୀରୁ ୭୨ ଜଣ, ନୁଆପୁରରୁ ୧୩ ଜଣ ଓ ଖରାସାହାପୁରରୁ ୯୯ ଜଣ, ବାଲିଆପାଳ ବ୍ଲକର ବଗଡ଼ାରୁ ୬ଜଣ, ଜଳେଶ୍ୱର ବ୍ଲକର ପାଇକସିଦାରୁ ୧୧ଜଣ, ସୁଗୋରୁ ୫ଜଣ, ଖଇରା ବ୍ଲକର ସୁଙ୍ଗୁଡ଼ାରୁ ୬ଜଣ, ନୀଳଗିିରି ବ୍ଲକର ମିରିଗିଣିରୁ ୧୯ ଜଣ, ଔପଦା ବ୍ଲକର ଦରଖୁଲିରୁ ୯ଜଣ, ଈଶ୍ୱରପୁରରୁ ୫ଜଣ ଏବଂ ସଦର ବ୍ଲକର ଖାନନଗରରୁ ୧୪ ଜଣ ଏକକାଳୀନ ସଂକ୍ରମିତ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଯାଇଛି । ଅନ୍ୟପକ୍ଷରେ ଜିଲାର ୫୭ ବର୍ଷ ବୟସ୍କର ଜଣେ ପୁରୁଷ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ଜିଲାରେ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି । ବାଲେଶ୍ୱର ଜିଲାରେ ଅଦ୍ୟାବଧି ୨୦ ହଜାର,୫୨୩ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୩୧୩ ଜଣ କରୋନ ରୋଗୀ ସୁସ୍ଥ ହୋଇଥିବା ଏବେ ସୁଦ୍ଧା ୧୬,୯୩୯ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଏବେ ସୁଦ୍ଧା ସକ୍ରିୟ ଥିବା ୩,୭୮୯ ଜଣଙ୍କ ମଧ୍ୟରୁ ୩୪୦୨ଜଣ ଗୃହ ସଙ୍ଗରୋଧରେ ଏବଂ ୩୪୭ ଜଣ ଜିଲାର କୋଭିଡ ହସପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି