ଭୁବନେଶ୍ୱରରେ ୪୫୧ କରୋନା ପଜିଟିଭ୍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କରୋନା । କିଛି ଦିନ ଧରି ରାଜଧାନୀରେ ଦୈନିକ ସଂକମଣ ୩୦୦ରୁ ଉର୍ଦ୍ଧ୍ୱ ରହୁଥବା ବେଳେ ଆଜି ଏହି ସଂଖ୍ୟା ୪୦୦ ପାର୍ କରିଛି । ଗତ ୨୪ ଘଂଟାରେ ଆଉ ୪୫୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୯୧ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୩୬୦ ଜଣ ଲୋକାଲ୍ କେସ୍ । ସେହିପରି ୨୪ ଘଂଟାରେ ଆଉ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ବିଏମ୍ସି ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୩୪୧ କୁ ବୃଦ୍ଧି ପାଇଛି । ସେଥିରୁ ୩୨୭୫୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ୨୩୧୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୩୬୦ ଲୋକାଲ୍ କେସ ଭିତରୁ ନୟାପଲ୍ଲୀରୁ ସର୍ବାଧିକ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ ବରମୁଣ୍ଡାରୁ ୨୧ ଜଣ ରହିଛନ୍ତି । ସେହିପରି ପଟିଆ ଓ ଲକ୍ଷ୍ମୀସାଗରରୁ ୧୭ ଜଣ ଲେଖାଏଁ , ଖଣ୍ଡଗିରି ଓ ବଡଗଡରୁ ୧୩ ଜଣ ଲେଖାଏଁ, ବମିଖାଲ ଓ ଓଲ୍ଡଟାଉନ୍ ରୁ ୧୨ ଜଣ ଲେଖାଏଁ , ଟଙ୍କପାଣିରୋଡ୍ ଓ ପୋଖରୀପୁଟରୁ ୧୧ ଜଣ ଲେଖାଏଁ , ରସୁଲଗଡ ଓ ୟୁନିଟ୍ ୮ରୁ ୧୦ ଜଣ ଲେଖାଏଁ , ସାମନ୍ତରାପୁର ଓ ମେଂଚଶ୍ୱରରୁ ୮ ଜଣ ଲେଖାଏଁ, ଶୈଳଶ୍ରୀ ବିହାର, ଆଇଆରସି ଭିଲେଜ, ବିଜେବି ନଗର, ଝାରପଡା ଓ ପଳାଶପଲ୍ଲୀରୁ ୭ ଜଣ ଲେଖାଏଁ , ନିଳାଦ୍ରୀବିହାର, ସୁନ୍ଦରପଦା ଓ ୟୁନିଟ୍ ୨ ରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ୯୧ କ୍ୱାରେଂଟାଇନ୍ ମାମଲା ମଧ୍ୟରୁ କଳ୍ପନାରୁ ସର୍ବାଧିକ ୮ଜଣ ଆକ୍ରାନ୍ତ ରହିଥିବା ବେଳେ ନୟାପଲ୍ଲୀ ଓ ଶୈଳଶ୍ର୍ରୀ ବିହାରରୁ୬ ଜଣ ଲେଖାଏଁ, ୟୁନିଟ୍ ୯ରୁ ୫ ଜଣ ସଂକ୍ରମିତ ରହିଛନ୍ତି ।