ନନ୍ଦନକାନନ ପାଇଁ ଖୁସି ଖବର : ତିନୋଟି ଶାବକ ଜନ୍ମ ଦେଲା ମେଘା

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା । ମଙ୍ଗଳବାର ବିଳମ୍ବିତ ରାତିରେ ବାଘୁଣୀ ମେଘା ତିନୋଟି ଶାବକ ଜନ୍ମ ଦେଇଛି । ତିନିଜଣ ନୂତନ ଅତିଥିଙ୍କୁ ସ୍ୱାଗତ କରାଯାଇଛି । ନବଜାତ ଶିଶୁମାନଙ୍କୁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରା ମାଧ୍ୟମରେ ଦୃଷ୍ଟି ରଖିଥିଲେ । ବାଘୁଣୀ ଏବଂ ଛୁଆମାନଙ୍କର ଅବସ୍ଥା ସ୍ଥିର ରହିଛି ବୋଲି ପ୍ରାଣୀ ଉଦ୍ୟାନର ଅଧିକାରୀମାନେ କହିଛନ୍ତି। ଏହାପୂର୍ବରୁ ଗତମାର୍ଚ୍ଚ ୨୮ରେ ବାଘୁଣୀ ବିଜୟା ନନ୍ଦନକାନନରେ ତିନୋଟି ଛୁଆ ପ୍ରସବ କରିଥିଲା।
ସୂଚନା ଯେ, ଗତ ତିନି ମାସ ତଳେ ଜଙ୍ଗଲି ମହାବଳ ବାଘ ନନ୍ଦନ ସହିତ ମେଘାର ମିଳନ କରାଯାଇଥିଲା । ପୂର୍ବରୁ ଗତ ୨୦୧୬ ମସିହାରେ ମେଘା ସହିତ ନନ୍ଦନର ମିଳନ ହୋଇଥିଲା । ସେତେବେଳେ ଦୁଇଟି ଶାବକ ଜନ୍ମ ହୋଇଥିଲା । ତେବେ ବର୍ତ୍ତମାନ ନନ୍ଦନକାନନରେ ବାଘ ମାନଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି ।