ଏଥର ବି ଯବାନଙ୍କ ସହ ଦୀପାବଳୀ ପାଳିବେ ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2022/10/PM-Narendra-Modi-Deepabali-Celebration-in-Army-1024x765.jpg)
ନୂଆଦିଲ୍ଲୀ : ଦୀପାବଳୀ ପୂର୍ବରୁ କେଦାରନାଥ ଓ ବଦ୍ରିନାଥ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୨ ଓ ୨୩ରେ ମୋଦୀ ଉତ୍ତରାଖଣ୍ଡ ଗସ୍ତ କରିବେ । ୨୨ରେ ମୋଦୀ କେଦାରନାଥ ଧାମରେ ପୂଜାର୍ଚ୍ଚନା କରିବେ ଏବଂ ସନ୍ଧ୍ୟା ସମୟରେ ବଦ୍ରିନାଥ ଧାମ ପହଞ୍ଚିବେ । ସେଠାରେ ତୀର୍ଥସ୍ଥଳୀରେ ଚାଲିଥିବା ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ । ଏଥିସହିତ ସବୁଥର ପରି ଏଥର ବି ସୀମାନ୍ତ କ୍ଷେତ୍ରରେ ନିଯୁକ୍ତ ଥିବା ଯବାନଙ୍କ ସହ ଦୀପାବଳୀ ପାଳନ କରିବେ ବୋଲି ସୂଚନା ମିଳିଛି ।
ସୂଚନା ଯେୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ କ୍ଷମତାକୁ ଆସିବା ପରଠୁ ଭିନ୍ନ ଭିନ୍ନ ପୋଷ୍ଟ ଯାଇ ଯବାନଙ୍କ ସହ ଦୀପାବଳୀ ପାଳନ କରିଛନ୍ତି । ମୋଦୀ ୨୦୧୬ରେ ଚାଙ୍ଗୋ ଗାଁ ଯାଇ ଯବାନଙ୍କ ସହ ଦୀପାବଳୀ ପାଳିଥିଲେ । ୨୦୧୭ରେ ଜମ୍ମୁ-କଶ୍ମୀରର ଗୁରେଜ ବେଲୀ ଯାଇ ଯବାନଙ୍କୁ ସମ୍ବୋଧିତ କରିଥିଲେ । ୨୦୧୮ରେ ଉତ୍ତରାଖଣ୍ଡର ହରସିଲ ଯାଇ ଯବାନଙ୍କ ସହ ଦୀପାବଳୀର ଖୁସି ବାଣ୍ଟିଥିଲେ । ୨୦୧୯ରେ ବିଜେପି ଜୋରାଦାର ବିଜୟ ହାସଲ କରିବା ପରେ ଜମ୍ମୁ-କଶ୍ମୀରର ରାଜୋରୀରେ ଦୀପାବଳୀ ପାଳିଥିଲେ । ୨୦୨୦ରେ କରୋନା କାଳ ମଧ୍ୟରେ ମୋଦୀ ରାଜସ୍ଥାନର ଲୋଙ୍ଗେବାଲା ପୋଷ୍ଟ ଯାଇଥିଲେ । ୨୦୨୧ରେ ଜମ୍ମୁ-କଶ୍ମୀରର ନୌଶେରା ଯାଇ ଯବାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ମା’ ଭାରତୀର ସୁରକ୍ଷା କବଚ କହିଥିଲେ ।