ଏହି ଛଅଟି ହରମୋନ ଫଳରେ ବୃଦ୍ଧି ହୋଇଥାଏ ମହିଳାଙ୍କ ଓଜନ! ଜାଣନ୍ତୁ ଏହାକୁ କିପରି ନିୟନ୍ତ୍ରଣ କରିହେବେ …
ଶରୀରର ଓଜନ ବଢିବା ନା କେବଳ ଖରାପ ଖାଦ୍ୟପେୟର ଅଟେ ବରଂ ଶରୀରରେ ହରମୋନର ମଧ୍ୟ ମୁଖ୍ୟ କାରଣ ରହିଛି । ଶରୀରର ବଢୁଥିବା ଚର୍ବି ନା କେବଳ ଶରୀରର ସୁନ୍ଦରତାରେ କ୍ଷତି କରିଥାଏ ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହା କ୍ଷତିକାରକ ଅଟେ । ଓଜନ ବୃଦ୍ଧିର ଅନେକ କାରଣ ରହିଛି, ଯେପରି ଖରାପ ଖାଦ୍ୟ ଅଭ୍ୟାସ, ଶୋଇବାରେ ଅନିୟମିତତା, ଖରାପ ମୁଡ କିମ୍ବା ଅତ୍ୟଧିକ ଜଙ୍କ ଫୁଡ଼ର ସେବନ । ଏହି ସବୁ ଜିନିଷ ବ୍ୟତୀତ ହରମୋନ ମଧ୍ୟ ମୋଟାପଣର ଅନ୍ୟତମ କାରଣ ଅଟେ । ମହିଳାଙ୍କ କ୍ଷେତ୍ରରେ ମୋଟାପଣର ମୁଖ୍ୟ କାରଣ ହେଉଛି ହରମୋନର ଅବ୍ୟବସ୍ଥା ।
ମହିଳାଙ୍କ କ୍ଷେତ୍ରରେ ପେଗ୍ନେସି, ପିଏମଏସ, ମେନୋପ୍ଲାଜ ଏବଂ ଚିନ୍ତାଗ୍ରସ୍ତ ଭଳି ସମସ୍ୟା ଦେଖାଯାଇଥାଏ ଯାହାଫଳରେ ମହିଳାଙ୍କ ଓଜନ ପୁରୁଷଙ୍କ ତୁଳନାରେ ଅତ୍ୟଧିକ ବୃଦ୍ଧି ହୋଇଥାଏ । ଯଦି ଆପଣଙ୍କ ହରମୋନ ଅବ୍ୟବସ୍ଥିତ ରହିଛି ତେବେ ବ୍ୟାୟାମ ଏବଂ ଡାଇଟିଂ ମାଧ୍ୟମରେ ଆପଣଙ୍କ ଓଜନ ହ୍ରାସ ହେବା ସମ୍ଭାବନା କମ ହୋଇଥାଏ । ଯଦି ଆପଣ ଓଜନ କମ କରିବା ପାଇଁ ଚାହାଁନ୍ତି ତେବେ ହରମୋନ ଗୁଡିକୁ ସନ୍ତୁଳନ କରିବା ପାଇଁ ଚେଷ୍ଟା କରିବା ଉଚିତ । ଆଜିର ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଆମେ ହରମୋନର ଅବ୍ୟବସ୍ଥାକୁ କିପରି ନିୟନ୍ତ୍ରଣ କରିବେ ।
ଇନସୁଲିନ :
ଇନସୁଲିନ ଆପଣଙ୍କ ଶରୀରରେ ଗ୍ଲୁକୋଜ ବାହକର କାର୍ଯ୍ୟ କରିଥାଏ । ଯଦି ଇନସୁଲିନର ପରିମାଣ ଶରୀରରେ ବୃଦ୍ଧି ହୋଇଥାଏ ତେବେ ଶରୀରର ଓଜନ ବୃଦ୍ଧି ହେବାରେ ଲାଗିଥାଏ । ଏହାଦ୍ୱାରା ଶରୀରରେ ଟାଇପ ୨ ମଧୁମେୟର ଆଶଙ୍କା ସୃଷ୍ଟି ହୋଇଥାଏ । ଅତ୍ୟଧିକ ମିଠା ଖାଇବା, ମଦ୍ୟ ପାନ କରିବା ଫଳରେ ଶରୀରରେ ଇନ୍ସୁଲିନର ପରିମାଣ ବୃଦ୍ଧି ହୋଇଥାଏ । ଯଦି ଆପଣ ନିଜ ଶରୀରରେ ଇନ୍ସୁଲିନର ମାତ୍ରା କମ କରିବା ପାଇଁ ଚାହାଁନ୍ତି ତେବେ ତେବେ ଏହି ଜିନିଷ ଗୁଡିକର ସେବନରୁ ନିଜକୁ ନିବୃତ ରଖନ୍ତୁ ।
କର୍ଟିସୋଲ୍ :
କଣ ଆପଣ ଜାଣିଛନ୍ତି ଯଦି ଆପଣ ଅତ୍ୟଧିକ ଚାପଗ୍ରସ୍ତ ହୁଅନ୍ତି କିମ୍ବା ଚିନ୍ତିତ ରୁହଁନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ଏହାଦ୍ୱାରା ଆପଣଙ୍କ ଶରୀରର ଓଜନ ମଧ୍ୟ ବୃଦ୍ଧି ହୋଇଥାଏ ଏହାର ମୁଖ୍ୟ କାରଣ ହେଉଛି କର୍ଟିସୋଲ୍ ହରମୋନ । ଏହା ଶରୀରରେ ସେତେବେଳେ ସକ୍ରିୟ ହୋଇଥାଏ ଯେତେବେଳେ ଆପଣ ଅତ୍ୟଧିକ ଚିନ୍ତାଗ୍ରସ୍ତ ରୁହଁନ୍ତି । ଯେତେବେଳେ ଏହାର ପରିମାଣ ଶରୀରରେ ବୃଦ୍ଧି ହୋଇଥାଏ ସେହି ସମୟରେ ଶରୀରର ଓଜନ ବୃଦ୍ଧି ହୋଇଥାଏ । ଏବଂ ଆମକୁ ଖାଦ୍ୟ ପ୍ରତି ଲାଳସା ଜାଗ୍ରତ ହୋଇଥାଏ ଏବଂ ଅତ୍ୟଧିକ ଭୋକ କାରଣରୁ ଗ୍ରହଣ କରିଥିବା ଖାଦ୍ୟ କାରଣରୁ ଶରୀରର ଓଜନ ବୃଦ୍ଧି ହୋଇଥାଏ । ତେଣୁ ଆପଣଙ୍କୁ ଯୋଗ, ଧ୍ୟାନ ଏବଂ ବ୍ୟାୟାମ କରି ଏହାକୁ ନିୟନ୍ତ୍ରଣ କରିପାରିବେ ।
ଏଷ୍ଟ୍ରୋଜେନ୍ :
ମହିଳାଙ୍କ କ୍ଷେତ୍ରରେ ଏଷ୍ଟ୍ରୋଜେନ୍ ର ପରିମାଣ ଅତ୍ୟଧିକ ରହିଥାଏ । ଶରୀରରେ ଏହାର ପରିମାଣ ରହିବା ଫଳରେ ମୋଟାପଣ ବୃଦ୍ଧି ହୋଇଥାଏ । ଶରୀରରେ ଏଷ୍ଟ୍ରୋଜେନ୍ ର ପରିମାଣ ବଢିବା ଫଳରେ ଶରୀରରେ ଇନ୍ସୁଲିନ ଉତ୍ପାଦନ କୋଶିକା ଉପରେ ଖରାପ ପ୍ରଭାବ ପକାଇଥାଏ ଯାହାଫଳରେ ରକ୍ତରେ ସୁଗାରର ମାତ୍ରା ବୃଦ୍ଧି ହୋଇଯାଇଥାଏ ଏବଂ ଓଜନ ବୃଦ୍ଧି ହେବାରେ ଲାଗିଥାଏ ।
ଟେଷ୍ଟୋଷ୍ଟେରନ୍ :
ମହିଳାଙ୍କ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ଟେଷ୍ଟୋଷ୍ଟେରନ୍ ର ମାତ୍ରା କମ ରହିଥାଏ । ଏହା ଶରୀରର ଚର୍ବି ଜଳାଇବାରେ କାର୍ଯ୍ୟ କରିଥାଏ । ଶରୀରରେ ଟେଷ୍ଟୋଷ୍ଟେରନ୍ ଫଳରେ ଅସ୍ଥି ଦୃଢ଼ ହୋଇଥାଏ ଏବଂ ଶରୀରରେ ଉତେଜନା ବୃଦ୍ଧିରେ ସହାୟକ ହୋଇଥାଏ । ମହିଳାଙ୍କ ଅଣ୍ଡାଶୟ ଏହି ହରମୋନ ଉତ୍ପନ୍ନ କରିଥାଏ କିନ୍ତୁ ବୟସ ବୃଦ୍ଧି ଏବଂ ଚିନ୍ତାଗ୍ରସ୍ତ କାରଣରୁ ଏହି ହରମୋନର ମାତ୍ରା କମ ହୋଇଯାଇଥାଏ ଯାହାଫଳରେ ଶରୀରରେ ମେଦ ବୃଦ୍ଧି ହେବାରେ ଲାଗିଥାଏ ।
ଥାଇରଏଡ୍ :
ଶରୀରରେ ଥାଇରଏଡ୍ ଗ୍ରନ୍ଥି ତିନୋଟି ପ୍ରକାରର ହରମୋନ ଉତ୍ପନ୍ନ କରିଥାଏ । ଟି ୩, ଟି ୪ ଏବଂ କାଲସିଟୋନିନ୍ । ଏହାସହ ଶରୀରର ମେଟାବୋଲିଜିୟମ, ନିଦ, ହାର୍ଟ ରେଟ, ଗ୍ରୋଥ ଏବଂ ମସ୍ତିଷ୍କ ବିକାଶ କରିବା କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ବେଳେବେଳେ ଥାଇରଏଡ୍ ବିଗିଡି ଗଲେ କିମ୍ବା ଏହି ହରମୋନ ଗୁଡିକର ସଠିକ ରୂପରେ ଉତ୍ପାଦନ ନହେଲେ ଆପଣଙ୍କୁ ହାଇପୋଥାଇରଏଡିଜିମ୍ ହୋଇପାରେ । ଏହାର ଲକ୍ଷଣ ହେଉଛି କୋଷ୍ଟକାଠିନ୍ୟ, ଥକାପଣ, ଅବସାଦ । ଏହା ଫଳରେ ଶରୀରର ଓଜନ ମଧ୍ୟ ବଢିଥାଏ କାରଣ ଏହି ହରମୋନ ଗୁଡିକର ଅଭାବରେ ମେଟାବୋଲିଜିୟମ ଧିମା ହୋଇଯାଇଥାଏ ।
ପ୍ରୋଜେଷ୍ଟେରନ୍ :
ଶରୀରର ସଠିକ ବିକାଶ ଏବଂ ସ୍ୱାସ୍ଥ୍ୟବାନ ରଖିବା ପାଇଁ ପ୍ରୋଜେଷ୍ଟେରନ୍ ଏବଂ ଇଷ୍ଟ୍ରୋଜେନ୍ ର ପରିମାଣ ସଠିକ ରହିବା ଉଚିତ । ଯଦି ଆପଣ ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ଆପଣଙ୍କ ଶରୀରରେ ପ୍ରୋଜେଷ୍ଟେରନ୍ ର ମାତ୍ରା ହ୍ରାସ ହୋଇଥାଏ । ଯାହାଫଳରେ ଶରୀରର ମେଦ ବୃଦ୍ଧି ହୋଇଥାଏ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।