ଆସନ୍ତା ବର୍ଷ ଦେଶରେ ହେବ ଇ-ଜନଗଣନା : ଗୃହମନ୍ତ୍ରୀ
![](https://thetruths.in/wp-content/uploads/2022/05/Home-Minister-Amit-Shah.jpg)
ନୂଆଦିଲ୍ଲୀ : କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଏଥର ଦେଶରେ ଇ-ଜନଗଣନା କରାଯିବ। ଏହା ସଠିକ ହେବା ସହିତ ଆମ ଦେଶକୁ ଆଗାମୀ ୨୫ ପର୍ଯ୍ୟନ୍ତ ଦେଶର ବିକାସ ପାଇଁ ମୂଳଭିତ୍ତି ଯୋଗାଇବ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଦେଶରେ ଡିଜିଟାଲ ଜନ ଗଣନା ହେବାଦ୍ୱାରା ୧୦୦ ପ୍ରତିଶତ ସଠୀକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି। ସେ କହିଛନ୍ତି ଯେ, ଆଗାମୀ ଜନନଗଣନା ଇଲୋକ୍ଟ୍ରୋନିକ ମୋଡ଼ରେ ହେବ । ଏହାଦ୍ୱାରା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶରେ ବିକାସର ଆଧାରରେ ଯୋଜାନା ପ୍ରସ୍ତୁତ କରାହେବ। ସେହିପରି ଜନଗଣନା ଅନେକ କାରଣରୁ ଗୁରୁତ୍ୱ ବହନ କରିଥାଏ। ଆସାମ ଭଳି ରାଜ୍ୟରେ ଜନସଂଖ୍ୟା ଦୃଷ୍ଟିରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । କୋଭିଡ-୧୯ ମହାମାରୀ ପାଇଁ ଜନ ଗଣନା ପ୍ରକ୍ରିୟାରେ ଡେରି ହୋଇଛି।
ଅମିତ ଶାହା ଆସାମର ଅନିମଗାଓଁରେ ଜନଗଣନା ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ଦେଶର ଜନଗଣନାକୁ ନେଇ ସେ ଏପରି ଘୋଷଣା କରିଥିବା ଜଣା ପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଯୋଗ ଦେଇଥିଲେ।