ରାଜ୍ୟରେ ଆଗପଛ ହୋଇ ଆସୁଛି ଦୁଇଟି ଲଘୁଚାପ, ଅତି ପ୍ରବଳ ବର୍ଷା ଆଶଙ୍କା
![](https://thetruths.in/wp-content/uploads/2021/09/Chance-of-heavy-rain-due-to-low-pressure-1024x576.jpg)
ଭୁବନେଶ୍ୱର : ରାଜ୍ୟରେ ଆଗପଛ ହୋଇ ଆସୁଛି ଦୁଇଟି ଲଘୁଚାପ । ଲଘୁଚାପ ଆଣିବ ବଡ଼ ବର୍ଷା । । କିଛି ଦିନର ବିରତି ପରେ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ବର୍ଷା । ଘନଘନ ଲଘୁଚାପ ସୃଷ୍ଟି ସହ ଏଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ବଙ୍ଗୋପସାଗରରେ ସ୍ଥିତି ଅନୁକୂଳ ହେଉଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି ।
ଆସନ୍ତା ୧୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହୋଇ ମାସ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ପ୍ରଥମ ଲଘୁଚାପ ୧୮ ତାରିଖରେ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୪ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଭଲ ବର୍ଷା କରାଇବ ବୋଲି ପୂର୍ବାନୁମାନ କରାଯାଇଛି । ଏହାଦ୍ୱାରା ଚାଷ କାମ ଆଗେଇବ ।