ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ, କାରଣ ଅସ୍ପଷ୍ଟ
![](https://thetruths.in/wp-content/uploads/2023/07/young-man-went-missing-after-jumping-into-Mahanadi.jpg)
ସମ୍ବଲପୁର : ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ। ସମ୍ବଲପୁର ଟାଉନ ଥାନା ଚାଉରପୁର ବ୍ରିଜ୍ ଉପରୁ ପାଣିକୁ ଡେଇଁ ଯୁବକ ନିଖୋଜ । ନିଖୋଜ ଯୁବକ ଜଣଙ୍କ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁର ସମରିନ୍ ପ୍ରଧାନ ବୋଲି ଜଣାପଡିଛି । ତେବେ ସେ କାହିଁକି ଏପରି କଲେ ତାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ନଦୀରେ ପ୍ରଖର ସ୍ରୋତ ଥିବାରୁ ଖୋଜାଖୋଜିରେ ସମସ୍ୟା ହେଉଛି । ପୋଲ ଉପରେ ତାଙ୍କ ସ୍କୁଟି, ଚପଲ ଓ ମୋବାଇଲ ଫୋନ ମିଳିଛି।
ସୂଚନା ଯେ, ଗୁରୁବାର ଭୋର ସମୟରେ ଚାଉରପୁର ବ୍ରିଜ୍ ଉପରୁ ଜଣେ ଯୁବକ ହଠାତ୍ ପାଣିକୁ ଡେଇଁପଡିଥିଲେ । ତେବେ କେଉଁ କାରଣରୁ ଯୁବକ ଜଣଙ୍କ ପାଣିକୁ ଡେଇଁ ପଡିଛନ୍ତି ତାହାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ସେପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହୀରାକୁଦର ଜଳଭଣ୍ଡାରର ୧୨ଟି ଗେଟ୍ ଖୋଲାଯାଇଥିବା ବେଳେ ମହାନଦୀରେ ପ୍ରବଳ ପାଣି ଥିବାରୁ ସ୍ରୋତ ଅଧିକ ରହିଛି । ତେଣୁ ଖୋଜାଖୋଜି ସମ୍ଭବପର ହୋଇପାରୁ ନାହିଁ । ତଥାପି ଖୋଜାଖୋଜି ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା ଜାରି ରହିଛି ।
ସୂଚନା ଯେ, ଯୁବକ ଜଣକ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସମ୍ବଲପୁରରେ ଘର ଭଡା ନେଇ ରହୁଥିଲେ । ସମ୍ବଲପୁରରେ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ । ତେବେ ସେ କାହିଁକି ଏପରି କଲେ ତାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ।